କହଇ ମନ ଆରେ ମୋ ବୋଲ କର – ବିଜୟ କୁମାର ସ୍ବାଇଁ

Views: 32
0 0
Read Time:7 Minute, 37 Second

 (କ ଠାରୁ କ୍ଷ ପର୍ଯ୍ୟନ୍ତ)

କହଇ ମନ ଆରେ 

       ମୋ ବୋଲ କର

କଳା ଧନ ରେ ମନ 

       ନ ବଳୁ ତୋର।

ଖଟି ଖାଇଲେ ହେବୁ

      ଜଗତ ଜି ତା

ଖର ବଚନ ବାବୁ

       ସଭିଙ୍କୁ ପିତା ।

ଗଣ୍ଠି ଧନ କରିଥା

       କର୍ମ କୁ ତୋର

ଗରଳ ସମ ଅଟେ 

       ଏହି ସଂସାର।

ଘା ତ ପ୍ରତିଘାତ ରେ

      ଗଢା ଜୀବନ

ଘଟଣା ଦୁର୍ଘଟଣା ରେ

       ଯେ ଆସଇ ଜାଣ।

ଚଳି ବୁ ସହି ସବୁ

     ନ ହୋଇ ଦୁଃଖୀ

ଚନ୍ଦନ ସମ ବାସ 

     ବିତରି ସୁଖୀ।

ଛ ନ୍ଦ କପଟ କେବେ 

      କରିବୁ ନାହିଁ

ଛବି ସମାନ ସବୁ 

     ଯିବ ମିଳାଇ।

ଜଗତେ ଗୁରୁ ପ ଦ

    ଅଟଇ ଶ୍ରେଷ୍ଠ

ଜପୁ ଥା ସେ ନାମକୁ

     ହଟିବ କଷ୍ଟ।

ଝରାଇ ନୟନ ରୁ

      ଭକତି ଜଳ।

ଝରିବ ବିଭୁ କୃପା

     ମଥାରେ ତୋର।

ଟାଣ କରି ଧରି ଥା

     ହରି ପ ଦ କୁ

ଟା ଳି ଦେବେ ବିପତ୍ତି

    ଭ ଜି ଲେ ତାଙ୍କୁ।

ଠକି ବୁ ନାହିଁ କେବେ

     କାହାକୁ ତୁହି

ଠକି ଲେ ଥକି ଯିବୁ

    ନ ବୁଝୁ କାହିଁ?

ଡରି ଥା ଅଧର୍ମ ରେ

     ପାପ କର୍ମ ରେ

ଡାକିଲେ ହରି ଙ୍କୁ ତୁ

     ରଖି ବେ ତୋ ରେ।

ଢ୍ ମ କଥାରେ ମନ

       ବଳା ଅ ନାହିଁ

ଢ ମ ଗପିଲା ବାଲା

      ରହିବେ ନାହିଁ।

ତମ ଗୁଣକୁ ତେଜି

     ଚାଲ ସତ୍ୟ ରେ

ତପ ଆଚରି ଚଳ

      ଧର୍ମ ପଥରେ।

ଥକି ପଡ଼ିଲେ ପଥେ

     ଭଜ ଶ୍ରୀ ହରି

ଥିର କରିବେ ତୋର

      ଜୀବନ ତ ରୀ୤

ଦରିଆ ସମ ଅଟେ 

      ଏହି ସଂସାର

ଦିନବନ୍ଧୁ ଜପି ଲେ

    ହୋଇବୂ ପାର।

ଧିକ ଜୀବନ ତାର 

     ଏହି ଧରା ରେ

ଧରି ନାହିଁ ଯେ ପ୍ରଭୁ

    ନାମକୁ ଥରେ।

ନ କର ଲୋଭ କେବେ

      ପର ଧନ ରେ

ନିନ୍ଦା ହୋଇବ ଯିଏ

      ସେ ପଥ ଧରେ।

ପାପ କର୍ମ କୁ ତେଜି

      ପୁଣ୍ୟ ପଥ ରେ

ପାଇବୁ ଚାଲି ଲେ ତୁ

     ପୁଣ୍ୟ ଅଚିରେ।

ଫୋଟକା ସମ ପ୍ରାଣ

      ଯିବ ମିଳାଇ

ଫିଟିବ ଭବ ମାୟା

      ଭଜ କହ୍ନେଇ।

ବାଟରେ ଚାଲିଲେ ତୁ

   ଶତ୍ରୁ ଜିତିବୁ

ବାଟ ହୁଡି ଅବା ଟେ

    କେବେ ନ ଯିବୁ।

ଭାଇ ,ବନ୍ଧୁ,କୁଟୁମ୍ବ

    କେ ନୁହେଁ ତୋର

ଭବେ ଗୋବିନ୍ଦ ନାମ

     ଅଟଇ ସାର।

ମନ ସ୍ୱଭାବେ ଅଟେ

    ଅତି ଚଞ୍ଚଳ

ମତି କୁ ସ୍ଥିର କଲେ

     ମିଳେ ସୁଫଳ।

ଯତନ କରି ଦେହ

     ସଜାଉ ତୁହି

ଯଉବନ ତୋହର

       ରହିବ ନାହିଁ।

ରାମ ନାମକୁ ଗଣ୍ଠି

      ଧନ କରି ଥା।

ରଙ୍କ ସମାନ ସେହି

    ପ ଦ ଭଜୁ ଥା।

ଶୁଭ ପଥରେ ବିଭୁ ହେବେ ସହାୟ

ଶିର ରେ ହସ୍ତ ରଖି ଦେବେ ଅଭୟ  

ଷ୍ଢ ରିପୁ କବଳେ ପଡିବୁ ନାହିଁ

ଶରଣ ପଶ ହରି ପୟରେ  ଯାଇ।

ସତ୍ୟ ପଥରେ ସଦା ଚାଲିଲେ ମନ

ସ୍ଵୟଂ ଲଭିବୁ ବିଭୁ ପଦ ଦର୍ଶନ।

ହରି ନାମ କୁ ଗଣ୍ଠି କରି ଥା ତୁହି

ହରଣ ହେବ ଦୁଃଖ ଜାଣ ରେ ବାଇ।

କ୍ଷଣ କ୍ଷଣ କେ ମନ ହୁଏ ଅଥୟ

କ୍ଷମା ମାଗିଲେ ସର୍ବ ହୋଇବ ଥୟ।

ଯମ ବୁଝେନା କଞ୍ଚା ପାଚିଲା ଭାବ

ଯା ଅନା ଅବାଟ ରେ ଧର୍ମ କୁ ଭାବ।

ଲାଭ ଅଛିରେ ବାବୁ ପୁଣ୍ୟ ଅର୍ଜ ନେ

ଲଭ ପ୍ରଭୁଙ୍କ କୃପା ଥାଇ ଜୀବନେ।

ବିଜୟ କୁମାର ସ୍ବାଇଁ, ଆଚାର୍ଯ୍ୟ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର

ଶଙ୍କର ପୁର,କଟକ ।

Share this :
Next Post

ସୁନ୍ଦର ମୋ ଦେଶ - ବନଲତା ଜାଲି

 କେଡେ ସୁନ୍ଦର ମୋ ଦେଶ  କେଡେ ମିଠା ତା’ପରଶ  ସ୍ୱାଧୀନତାଦିବସରେ  ଜୟଧ୍ୱନି ଶୁଣିଦେଲେ  ମନ ହୁଅଇ ହରଷ ll  ଅତିତର ପୃଷ୍ଠାରେ ଝଲସି ଉଠଇ ଯେବେ  ମୋ ଦେଶର ମହାନତା  ଶାନ୍ତିମୈତ୍ରୀ, ଦୟାକ୍ଷମା  ଏହାର ମୂଳ ନମୁନା  ବିଭିନ୍ନତାରେ ଏକତା  ସତ୍ୟଧର୍ମକୁ ଦର୍ଶାଇ  ମୋ ତ୍ରିରଙ୍ଗା ଉଡୁଥାଇ  ଅହିଂସା ତା’ମୂଳ ମନ୍ତ୍ର ମନରେ ରଖି ସ୍ୱଚ୍ଛତା  ରଖିବା ତା’ସ୍ୱତନ୍ତ୍ରତା  ସେ ପରା ଆମ ମହତ  ଭୁଲି ମାନଅଭିମାନ  କି ଜାତି […]

Subscribe US Now