ଆଖିରୁ ସପନ ଅନେକ ଦୂର – ବେଣୁଧର ସୂତାର

Views: 31
0 0
Read Time:3 Minute, 9 Second

ଭିଜା ନିଶୀଥର ରଜତ ମାୟାରେ
ସିକ୍ତ ହେଉଥିଲା ଏ ତନୁମନ
ଅୟୀ ପ୍ରକୃତିର ମାଧୁରିମା କୋଳେ
କି ସୁନ୍ଦର ଲାଗୁଥଲା ଜୀବନ
ଆଜିବି ରହିଛି ସ୍ମୃତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।
ଉଷା ଗୋଧୂଳିର ସୁବର୍ଣ୍ଣ ଢେଉରେ
ଝରୁଥିଲା ସତେ ମାଣିକ ମୋତି
ସ୍ବପ୍ନ ମହଲରେ ଝରା ଶେଫାଳିର
ଜୋଛନା ରାତିରେ ଛନକେ ଛାତି
ଫଗୁଣ ସଞ୍ଜର ନହୁଲି କୁଞ୍ଜରେ
ଝରୁଥିଲା ପ୍ରୀତି ସୁଧା ସୁମନ
ଅତୀତର ଯେତେ ………
ଚାରୁ ଚାନ୍ଦିନୀରେ ଚହଟୁ ଥିଲାସେ
ଚପଳ ହସରେ ଚଇତି ମଲ୍ଲୀ
ରୂପ ରୋଷଣୀର ବହଳ ମାଦକେ
ଗାଉଥିଲା କଇଁ ପ୍ରୀତି ରଙ୍ଗୋଲି
ପ୍ରୀତି ମାଧୁରୀର ପ୍ରଣୟ ବଲ୍ଲରୀ
ଅମୃତମୟ ସେ ପ୍ରେମ ବନ୍ଧନ
ଅତୀତର ଯେତେ………..
ନବ ଉନ୍ମାଦର ସୀମାହୀନ ଛନ୍ଦ
ଆକାଂକ୍ଷାର ନୀଳସ୍ବପ୍ନ ସମ୍ଭାର
ଭାବ ତନ୍ମୟର ପବିତ୍ର ଲହର
ମରୁଭୂମି ଲାଗେ ସ୍ନିଗ୍ଧ ମଧୁର
କେତେ ମଧୁବୋଳା ମହକ ପଖଳା
ମୁକୁଳା ବୁକୁର ଭାବ ସ୍ପନ୍ଦନ
ଅତୀତର ଯେତେ……….
ତୁଟି ଯାଇଛି ସେ ସ୍ବପ୍ନିଳ ଉଛ୍ବାସ
ସମୟ ଭୂଗୋଳେ ଏ ଆଖିତଳେ
ନୀଳ ଶୂନ୍ୟତାର ଆଶା ଅସ୍ତରାଗ
ଅସହାୟତାର ଲହରି ମାଳେ
ଆଖିରୁ ସପନ ଆଜି ବହୁଦୂର
ମଉଳି ଯାଇଛି ରୂପ ଯୌବନ
ଆଜିବି ରହିଛି ସ୍ମୁତି ଅନ୍ତରାଳେ
ଅତୀତର ଯେତେ ସୁନା ସପନ ।।

ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର

Share this :
Next Post

ଅଭିସାର - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ମନ ଆତ୍ମା ହେଲେ ଏକାକାର ମିଳନ ପରମାତ୍ମାର ଏଯେ ଅଭିସାର ll ନାରୀ ପୁରୁଷର ମିଳନର ପର୍ବ ଜ୍ୟୋତ୍ସ୍ନା ବିଧୌତ ଯାମିନୀ ଏଯେ ଅଭିସାର ll କମଳ କୁସୁମ ଜଳେ ଥାଇ ନିରିଖଇ ଗଗନ ବିହାରୀ ଏଯେ ଅଭିସାର ll କୁମୁଦିନୀ ଚନ୍ଦ୍ରାସିକ୍ତ ରଜନୀରେ ଚନ୍ଦ୍ରକୁ ମନରେ ଧରେ ଏଯେ ଅଭିସାର ll ପ୍ରେମିକ ପ୍ରେମିକା ଯୁଗଳ ପ୍ରେମେ ଅଜଣା ମୁଲକେ ଭ୍ରମେ ଏଯେ ଅଭିସାର ll ଗରାଖେ ପ୍ରତୀକ୍ଷା […]

Subscribe US Now