ଭୁଲିବାକୁ ଇଛାକଲେ ଭୁଲିବି ପାରେନା
ମରମ ତଳର ନିଆଁ ଲିଭାଇ ହୁଏନା।
ଜଳିଜଳି ଦଗ୍ଧିଭୂତ ତନୁମନ ମୋର
ପାରୁନାହିଁ ସହି ପୁଣି ଭାବେ ନିରନ୍ତର।
ସାଇତା ସପନ ଯେତେ ଚୁର୍ ମାର୍ ହୁଏ।
ଟାଣପଣ ଯାହାଥିଲା ସବୁ ଭାଙ୍ଗିଯାଏ।
ନୀରବରେ ସହିଯାଏ ମାନ ଅପମାନ।
ଜିଇଁବା ମୁସ୍କିଲ ଏଠି ନାହିଁ ସନମାନ।
ତମାମ ଆୟୁଷ ଲାଗେ ବାଦୀ ପାଲାପରି।
ସ୍ବାର୍ଥନ୍ଵେଷୀ ନରହୋଇ ସାଜଇ ବଇରୀ।
ମମତାର ମୂଲତୁଚ୍ଛ ଅଢେଇ ଦିନିଆ।
ଏନେତ୍ର ଦେଖଇ ଯାହା ଲାଗୁଛି ଛାନିଆ।
ଜୀବନରେ ଯାହାପାଇଁ ବଞ୍ଚି ରହିଥିଲି।
ଚାଲିଗଲା ବହୁଦୂରେ ଖୋଜି ନପାଇଲି।
ରାଣଦେଇ କାନେମୋର କହିଥିଲା କଥା।
ମନେ ପଡିଗଲେ ସବୁ ପାଉଅଛି ବ୍ୟଥା।
ରଖିବାକୁ ପ୍ରତିଶୃତି ଆସିବକି ଫେରି।
ତୁମ ଆଗମନେ ଶିତଳତା ଦେବଭରି।
ପ୍ରତିଜ୍ଞା ଆମରି ହେବନାହିଁ କଳଙ୍କିତ।
ଭଲପାଇବା ଦୁହିଁଙ୍କ ହୋଇବ ଶାଶ୍ଵତ।
ଶ୍ରୀରାମ ସାହୁ।
ଫୁଲବାଣୀ।କନ୍ଧମାଳ।
Readers Interaction