ପୁଅ ପାଇଁ ଗାଳି – ରୀକ୍ଷିରାମ ମେହେର

Views: 17
0 0
Read Time:2 Minute, 27 Second

 

ସୁନା ପୁଅଟି ମୋର ଶୋଇଗଲା
ଘର କାନ୍ଥରେ ମୁଣ୍ଡ ଆଉଜେଇ।
କବିତା ଲେଖାରେ ମଜିଗଲି ମୁଁ
ପାରିଲିନି ଆଉ ପୁଅ ଅନେଇ।୧।

ତା ମାଁ ଯାଇଥିଲା ବାସନ ଧୋଇ
ଆସି ଦେଖେ ପୁଅ ଯାଇଛି ସୋଇ।
ରାଗ ତମତମ ସୁଣାଇଲା ମୋତେ
ଧିକ ହେ ତମ ବାପା ପଣିଆ କହି।୨।

କବିତା ହୋଇଛି ତୁମରି ପ୍ରେମିକା
ତାକୁନେଇ ସଂସାର ଅରମ୍ବ କର।
ତମପରି ସ୍ୱାମୀ ଦରକାର ନାହିଁ
ପୁଅକୁ ଅଣ ଦେଖା ତୁମେ କର।୩।

ମାଁ ର ମମତା ପୁଅପାଇଁ କାନ୍ଦିଲା
ଏପଟୁ ସେପଟୁ ଶୁଣେଇଲା ବେସି।
ନିଜ ଭୁଲ ପାଇଁ ପାଟି ନ ଖୋଳି
ସବୁକଥା ହସିହସି ମୁଁ ସହଗଲି।୪।

ସତରେ ଧିକ ମୋ ବାପା ପଣିଆ
ପୁଅକୁ ମୁଁ ସମ୍ବାଳି ପାରିଲି ନାହିଁ ।
ଏକଇର ବଳା ନନ୍ଦଲାଲା ସିଏ
ଏକଥା କାହିଁ ମନରୁ ଗଲି ଭୁଲି।୫।

ପୁଅକୁ ଧରି ଚାଲିଗଲା ତା ମାଁ
ବାର୍ତାଳାପ କଲାନାହିଁ ଦୁଇଦିନ।
କଷ୍ଟେ ମଷ୍ଟେ ତାକୁ ବୁଝେଇଲି
କରିବିନି ଏପରି ମୁଁ କୋଉ ଦିନ।୬।

ରୀକ୍ଷିରାମ ମେହେର, ସାନପୋଡ଼ାଗୁଡା,
ଦେବସେନା ସଂଯୁକ୍ତ ସଚିବ,କଳାହାଣ୍ଡି

Share this :
Next Post

ଏକାକୀ - ନିର୍ମଳ ନାୟକ

  ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା… ସୀତାଙ୍କ ରକ୍ଷକ ଥିଲେ.. ଯେବେ ସୀତା ହରଣ ହୁଏ.. ସାହାରା କେହି ନଥିଲେ !! ଯାଜ୍ଞସେନୀଙ୍କ ପଞ୍ଚପତିଥିଲେ… ଇନ୍ଦ୍ରପ୍ରସ୍ତ ର ପାଟରାଣୀ ଥିଲେ.. ଯେବେ ବସ୍ତ୍ର ହରଣ ହୁଏ.. ସାହାରା କେହି ନ ଥିଲେ !! ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ.. ସଭିଏଁ  ପିତାଙ୍କୁ ପ୍ରଭୁ ମାନୁ ଥିଲେ ଯେବେ ରାଜାଙ୍କ ମୃତ୍ୟୁ ହୁଏ.. ସାହାରା କେହି ନଥିଲେ !! ରାବଣ ଅମିତ […]

Subscribe US Now