ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା…
ସୀତାଙ୍କ ରକ୍ଷକ ଥିଲେ..
ଯେବେ ସୀତା ହରଣ ହୁଏ..
ସାହାରା କେହି ନଥିଲେ !!
ଯାଜ୍ଞସେନୀଙ୍କ ପଞ୍ଚପତିଥିଲେ…
ଇନ୍ଦ୍ରପ୍ରସ୍ତ ର ପାଟରାଣୀ ଥିଲେ..
ଯେବେ ବସ୍ତ୍ର ହରଣ ହୁଏ..
ସାହାରା କେହି ନ ଥିଲେ !!
ରାଜା ଦଶରଥଙ୍କ ଚାରି ପୁତ୍ର ଥିଲେ..
ସଭିଏଁ ପିତାଙ୍କୁ ପ୍ରଭୁ ମାନୁ ଥିଲେ
ଯେବେ ରାଜାଙ୍କ ମୃତ୍ୟୁ ହୁଏ..
ସାହାରା କେହି ନଥିଲେ !!
ରାବଣ ଅମିତ ଶକ୍ତିଶାଳୀ ଥିଲେ..
ତ୍ରିପୁରବାସୀ ଭୟ ରେ କମ୍ପୁଥିଲେ..
ଯେବେ ଲଙ୍କା ଦହନ ହୁଏ..
ସାହାରା କେହି ନ ଥିଲେ !!
ଅଭିମନ୍ୟୁ ବଳଶାଳୀ କୁମାର ଥିଲେ
ଶ୍ରୀକୃଷ୍ଣ ଙ୍କ ପ୍ରିୟ ଶିଷ୍ୟ ମଧ୍ୟ ଥିଲେ..
ଯେବେ ଚକ୍ରବ୍ୟୁହ ଅସହାୟ ଥିଲେ..
ସାହାରା କେହି ନ ଥିଲେ !!
ପରମ ସତ୍ୟ ତ ଇଏ ଦୁନିଆ ବାସୀ..
ନିଜ ସାହାଯ୍ୟ ନିଜକୁ କର ଭରସି..
ଯେବେ ବିପଦ ସମୟ ଆସେ..
ଏକାକୀ ନିଜର କର୍ମେ ଆସେ !!
ନିର୍ମଳ ନାୟକ
୧୫୧, ନାଗାର୍ଜୁନ କଲୋନୀ
ନାରା ରୋଡ଼, ଜରିପଟକା
ନାଗପୁର, ମହାରାଷ୍ଟ୍ର
Readers Interaction