ଜୀବନ ଜିଜ୍ଞାସା – ଉପେନ୍ଦ୍ର ବସ୍ତିଆ

Views: 25
0 0
Read Time:1 Minute, 58 Second

ଜୀବନର ଦୋଛକିରେ ଛିଡ଼ାହୋଇ
କେବେ ହିସାବ ନିକାଶ କରିନି
ଭୁଲ ଆଉ ଠିକକୁ ।ଚାଲିଛି
ଆଗକୁ ଆଗକୁ ଛୁଇଁବାକୁ ଦୂର
ଦିଗ ବଳୟକୁ ।

ଆକାଶକୁ ଚାହିଁ ଦେଖିଛି ସରଗ
ଶଶୀକୁ କିନ୍ତୁ ଗଣିନି ତାର ଚିକି
ମିକି ତାରା ଗଣକୁ ।ଭଲ ପାଇଛି
ତାର ଶୀତଳ ପରଶକୁ ।

ପାଇଛି ଭଲ ମୁଁ ସାଗରର ନୀଳ
ଜଳ ରାଶିକୁ କିନ୍ତୁ ମାପିନି ତାର
ଗଭୀରତାକୁ ।ଅଧିରେ ଖୋଜୁଛି
ପାଇବାକୁ ଶାମୁକାକୁ ,ଶାମୁକାଠୁ
ମୁକ୍ତାକୁ ।

ଭଲ ପାଇଛି ମୁଁ ତୁମକୁ •••
ଲୋଡ଼ିଛି କେବଳ ତୁମର ସ୍ନେହ ,
ଶ୍ରଦ୍ଧା ସାନିଧକୁ କିନ୍ତୁ ସମୀକ୍ଷା
କରିନି କେବେ ତୁମର ହଜିଲା
ଅତୀତକୁ ।ଜୀବନର ଛକା
ପଞ୍ଝା ଭିତରେ ଭଲ ମୁଁ ପାଇଛି
ଜିତିକି ହାରିବାକୁ ତଥାପି ମୁଁ
ଖେଳୁଛି ଖେଳିବି ଛୁଇଁବା ଯାଏ
ଶେଷ ମାଇଲ ଖୁଣ୍ଟକୁ ।

ଉପେନ୍ଦ୍ର ବସ୍ତିଆ

Share this :
Next Post

ମୌସୁମି - ଶ୍ରୀ ନୀଳାଦ୍ରି ବିହାରୀ ମହାପାତ୍ର

କୋଟିପ୍ରାଣେ ଭାରି ଫଲ୍ଗୁର ଧାରା ମୌସୁମୀ ରାଣୀ ଆସିଛି ଏ ଧରା, ସାଥିରେ ଆଣିଛି ଫୁଲେଇ ଶ୍ରାବଣୀ ଅପୂର୍ବ ଶୋଭାରେ ଶୋଭଇ ଧରଣୀ। ନବଯଉବନେ ମତୁଆଲା କି ସେ? ମଧୂପ ଗୁଞ୍ଜନେ ଚିକ୍ ମିକ୍ ହସେ, ଘଞ୍ଚ ବନାନୀ ର କୋଣୁ ଅବିରତେ ବୀଣା ଜିଣା କଣ୍ଠୁ ତାନ ଭାସି ଆସେ। ଚଉଦିଗେ ଦେଖ ଜଳର ଫୁଆରା ନଇ ନାଳ ବିଲ ସରସୀ ରେ ଭରା, ମୀନ ଆଦି ଯେତେ […]

Subscribe US Now