ଖେଳ ଛୁଟି ବେଳେ କୁନା ଭାବେ ମନେ
ସ୍କୁଲ ରୁ ଯିବ ପଳାଇ
ସାଙ୍ଗସାଥୀ ମେଳେ ହେବ କେତେ ଖେଳ
ପାଠରୁ କି କିଛି ମିଳଇ।
ନଟିଆ ଗାଆଁ ରେ ଭାଲୁ ନାଚ ହୁଏ ରେ
ଦେଖିଲେ ମିଳିଵ ମଜା
ଖୁସି ରେ ନାଚିଵ ଖେଳଟା ଜମିବ
ସତେକି ଗୋଟିଏ ରଜା।
ଭାଲୁନଚା ଦେଖି ମନ ଗଲା ଲାଖି
ସଞ୍ଜ ଆସିଗଲା ନଇଁ
ଅନ୍ଧାର ରାତିରେ ଛନକା ଛାତିରେ
କାନ୍ଦିଲା ସେ କଇଁ କଇଁ।
ଖାଲରେ ପଡ଼ିଲା ଗୋଡ଼ଟା ଭାଙ୍ଗିଲା
ଖଣ୍ଡିଆ ଖାବରା ହେଲା
ସାଙ୍ଗସାଥୀ କେହି ଦୁଃଖ ବୁଝିଲେନି
କି କରିବ ଏବେ ଭଲା।
ବୋଉ ଚାହିଁ ଥିବ କେତେ କାନ୍ଦୁଥିବ
ଉଛୁର ହେଲାଣି କେତେ
ମନେ ମନେ ଭାବେ କି ମିଛ କହିବି
କେତେ ଗେହ୍ଲା କରେ ମତେ।
ବୋଉ ଦେଖି ଦେଲା ଜୀବନ ପଶିଲା
ବଇଦ ଡକାଇ ଖରେ
ରାତି ପାହିଗଲା ଶୋଇ ନ ପାରିଲା
ଲୁହ ତା ଆଖି ରୁ ଝରେ।
ବୋଉର ଲୁହକୁ କାନ୍ଦୁରା ମୁହଁ କୁ
କୁନା ଦେଖି ମାନେ ଭାବେ
ସୁନା ପିଲା ହେବି ମିଛ ନ କହିବି
ବୋଉ ଖୁସି ହେବ ତେବେ।
ସୁସ୍ମିତା ଶତପଥି( ଅଧ୍ୟାପିକା)
ଟ୍ରାଇଡେଣ୍ଣ୍ ଇଂ କଲେଜ
Readers Interaction