ଶ୍ରୀକ୍ଷେତ୍ରେ ଯିବୁ କି ବୁଲି – ପ୍ରିୟମ୍ବଦା ରାଉତ

Views: 25
0 0
Read Time:1 Minute, 54 Second

ରଥ ଚାଲେ ହଲି ଝୁଲି ଲୋ ବଉଳ
ରଥ ଚାଲେ ହଲିଝୁଲି,
ରଥରେ ଦେଖିବୁ କଳା ସାଆନ୍ତକୁ ଶ୍ରୀକ୍ଷେତ୍ରେ ଯିବୁକି ବୁଲି l (ଘୋଷା )
ପୋଡ଼ପିଠାରେ ତା ଅଧିକ ଶରଧା
ଯାଏ ସେ ମାଉସୀ ଘର,
ଖଣ୍ଡେ ପୋଡପିଠା ଧରିଥା ସଜନୀ
ଜଗାକୁ ଦେବା ଆମର l
ନାଲି ଓଠ ତାର ଆହା କି ସୁନ୍ଦର ହସିବ ସେ ଖିଲି ଖିଲି l
ବଡଦାଣ୍ଡେ ତାର ଶରଧା ବାଲିକୁ
ଶ୍ରଦ୍ଧାରେ ମାରିବୁ ମୁଣ୍ଡେ,
ଭକତ ମେଳରେ ଭାବ ସାଗରରେ
ଭଜୁଥିବୁ ହରି ତୁଣ୍ଡେ l
ଟାହିଆ ହଲେଇ ଦାଣ୍ଡ ଦୁଲୁକେଇ
କାଳିଆ ଆସୁଛି ବୁଲି l
ପଞ୍ଚଆତ୍ମା ତାକୁ ସମର୍ପଣ କଲେ
ସିଏ ହେବ ଆପଣାର,
ଅଭାବକୁ ଦୂର ଭାବକୁ ନିକଟ
ଅନୁଭବର ଠାକୁର l
ବରଷକେ ଥରେ ଆସନ୍ତି ରଥରେ ଭକ୍ତଙ୍କ ନିମନ୍ତେ ଖାଲି l

ପ୍ରିୟମ୍ବଦା ରାଉତ, ମାଲକାନଗିରି

Share this :
Next Post

ଯା ପାଦେ ନୁଆଁଏ ଶିର - ଉସ୍ମିତା ମଞ୍ଜରୀ ମିଶ୍ର

ଜନନୀ ଗୋ ତୁମ ପଣତର ଛାଇ ତଳେଆସରାଦେଇଛ ମୋତେ ରୁଧିର ନିଗାଡି ପ୍ରାଣରେ ମୋହର ଅମୃତ ଭରିଛ ଯେତେ।। ମୋପାଇଁ ଭୋଗିଛ ଅନେକ ଯାତନା ପିନିଜେ ପଛେ ଜହର ମୋପାଇଁ ଦେଖିଛ ଅନେକ ସପ ନ ଦିବା ନିଶି ଅଷ୍ଟ ପ୍ରହର।। ତୁମ ପ୍ରତିଦାନେ ଦେବା ପାଇଁମର ଋଣ ତା ଯିବଇ ବଳି। କମିଯିବପରା ଅନ୍ତରୁ ଦରଦେ ରକ୍ତବିନ୍ଦୁ ଦେଲେଢାଳି।।। ସୁଝି ପରିବିନି ବୋଉର ମମତା ଦୁର୍ଲଭ ଜୀବନେ ମୋର […]

Subscribe US Now