ଅଭିସାର – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 32
0 0
Read Time:1 Minute, 57 Second

ମନ ଆତ୍ମା ହେଲେ ଏକାକାର
ମିଳନ ପରମାତ୍ମାର
ଏଯେ ଅଭିସାର ll
ନାରୀ ପୁରୁଷର ମିଳନର ପର୍ବ
ଜ୍ୟୋତ୍ସ୍ନା ବିଧୌତ ଯାମିନୀ
ଏଯେ ଅଭିସାର ll
କମଳ କୁସୁମ ଜଳେ ଥାଇ
ନିରିଖଇ ଗଗନ ବିହାରୀ
ଏଯେ ଅଭିସାର ll
କୁମୁଦିନୀ ଚନ୍ଦ୍ରାସିକ୍ତ ରଜନୀରେ
ଚନ୍ଦ୍ରକୁ ମନରେ ଧରେ
ଏଯେ ଅଭିସାର ll
ପ୍ରେମିକ ପ୍ରେମିକା ଯୁଗଳ ପ୍ରେମେ
ଅଜଣା ମୁଲକେ ଭ୍ରମେ
ଏଯେ ଅଭିସାର ll
ଗରାଖେ ପ୍ରତୀକ୍ଷା ରତ ବାରାଙ୍ଗନା
ପାଇହୁଏ ପ୍ରେମେ ଆନମନା
ଏଯେ ଅଭିସାର ll
ପତିପତ୍ନୀ ମନୋଭାବ ଏକହୋଇ
ଯେତେ ସବୁ ସୁଖ ଭୋଗ
ଏଯେ ଅଭିସାର ll
କପୋତ କପୋତୀ ପ୍ରେମ ଭାବ
ମୁକ୍ତାକାଶେ ରଙ୍ଗେ ଯୋଗ
ଏଯେ ଅଭିସାର ll

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ଖଣ୍ଡିତର, ରସୁଲପୁର, ଯାଜପୁର

Share this :
Next Post

ହଁ ହଁ ମୁଁ ନାରୀ - ଡମ୍ବରୁଧର ବେହେରା

ହଁ ହଁ ମୁଁ ନାରୀ ନୁହେଁ ମୁଁ ଦାରୀ କରେ ମୁଁ ପାରି କହେ ନି ଡରି ସ୍ୱର ଥାଇ ମୁଁ ଅର୍ଦ୍ଧେଶ୍ୱରୀ…।। କହେ ନି ମରି ସ୍ବପ୍ନ ଥାଇ ମୁଁ ପାରେ ନି ଦେଖି ଇଚ୍ଛା ଥାଇ ମୁଁ ପାରେ ନି ରଖି ନାହିଁ ମୋ ଡର ନ କରେ ପର ଜୀଏଁ ନା ମରି କଷ୍ଟ ମୋ ଭାରି ହଁ ହଁ ମୁଁ ନାରୀ ଅପସରୀ….।। ଡମ୍ବରୁଧର […]

Subscribe US Now