ବିପଦ.ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 18
0 0
Read Time:1 Minute, 35 Second

ବିପଦ
🌹🌹🌹🌹🌹🌹🌹🌹

ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା
🙏🙏🙏🙏🙏🙏🙏🙏
ମହାପ୍ରଭୁଙ୍କର ଅମୃତ ସନ୍ତାନ
ଶୁଣ ମୋର କୁନା କୁନି l
ବିପଦ ବେଳରେ ହାତ ଗୋଡ଼ ଯୋଡି
ବସିଯିବନାହିଁ ତୁନି ll
ଯେତେ କଷ୍ଟ ହେଉ ସାହସର ସହ
ବିପଦ ଟାଳିବା ପାଇଁ l
କିଛିବି କରିବା ଚିନ୍ତିତ ଉପାୟ
ବିପଦ ଯିବ ପଳାଇ ll
ବିପଦ ବେଳରେ କାତର ଯେ ହୁଏ
ବଞ୍ଚିଥାଉ ମୃତସମ l
ସାହସର ସହ ସମ୍ମୁଖୀନ କଲେ
ଭୟ ପାଇଯିବ ଯମ ll
ବିପଦ ବେଳରେ ସ୍ଥିର ମାନସରେ
ତତ୍ପରେ କରିବ କାମ l
ସଫଳ ହୋଇବ ସନ୍ତୋଷ ମିଳିବ
ବିକଶିବ ତୁମ ନାମ ll
❤❤❤❤❤❤❤❤
ଖଣ୍ଡିତର, ରସୁଲପୁର, ଯାଜପୁର
🕉️🕉️🕉️🕉️🕉️🕉️🕉️🕉️

Share this :
Next Post

ଶ୍ରୀଶଙ୍କରାଚାର୍ଯ୍ୟ.ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

ଶ୍ରୀଶଙ୍କରାଚାର୍ଯ୍ୟ ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା ଜଗତେ ବିଦିତ ଗୁରୁ ପରମ୍ପରା ଶ୍ରେଷ୍ଠ ସନାତନୀ ଭାବ l ନାରାୟଣଙ୍କଠୁ ଶଙ୍କର ପର୍ଯ୍ୟନ୍ତ ଚାଲୁଛି ସଂସାର ନାଵ ll ନାରାୟଣ ଶିଷ୍ୟ ପ୍ରଜାପତି ବ୍ରହ୍ମା ବଶିଷ୍ଠ ଶିଷ୍ୟ ତାଙ୍କର l ଶକ୍ତିଙ୍କର ପୁତ୍ର ପରାଶର ମୁନି ବ୍ୟାସଯେ ତାଙ୍କ କୁମର ll ତାଙ୍କ ପୁତ୍ର ଶୁକ, ଗୌଡ଼ପଦ ଶିଷ୍ୟ ମହାନ୍ତ ହୋଇଲେ ଶିଷ୍ୟ l ଗୋବିନ୍ଦ ତାପରେ ଯୋଗୀନ୍ଦ୍ର ଯେ ଶିଷ୍ୟ […]

Subscribe US Now