ସୁନାବେଶ ପାପ ମୋଚନ – ସୌଦାମିନୀ ତ୍ରିପାଠୀ

Views: 20
0 0
Read Time:6 Minute, 56 Second

 

ହେ ମୋ କଳା ମାଣିକ ରଙ୍କ ରତନ ରେ କଳା କାଞ୍ଚନ
ଯଶୋଦା ମାଆର ରଙ୍କ ପସରା ଗଳାର ମାଳି ଜୀବନ ଧନ
ନନ୍ଦବଳା ଗୋପାଳ ମଣି ଗୋପପୁର ଶେରେଷ୍ଠ ଶିରୋମଣୀ
ଯଶୋଦା  ନଜର ଡରରେ  ଅଣ୍ଟାରେ ବାନ୍ଧି ଟି ଘୁଙ୍ଗୁର ମାଳି l
ମୟୁରପୂଛ ବାନ୍ଧି ମଥାରେ ମୁକ୍ତା ମୋତି ମଣି ଘଣ୍ଟି ଘାଗୁଡି
ପିଲାବେଳୁ ପିନ୍ଧି ହୀରା ନୀଳା ମୋତି ସୁନା ଗହଣା ଅଣ୍ଟା ବନ୍ଧା ଭିଡି l
ରଙ୍ଗ ରସିଆ ମୟୁର ଚୁଳିଆ ଛାଉ ନାଚ କରି ଗୋପପୁରରେ
ଗାଁ ସାହି ବୁଲି ସାଙ୍ଗସାଥି ମିଳି ମା ମାଉସୀ ସାଙ୍ଗ ମେଳରେ l
ଗୋପପୁର ବାସୀ ଗୋ-ମାତା ସଖା  ସଭିଙ୍କୁ ବାନ୍ଧି ବଇଁଶୀ ସୁରେ l
ଅତି ଆପଣାର ବନ୍ଧୁ ପରିବାର ଭକ୍ତଙ୍କୁ ବାନ୍ଧି ଭାବ ଡୋରରେ l
କଳିରେ ବିରାଜି ନୀଳାଚଳରେ ଭାଇ ଭଉଣୀଙ୍କୁ ଧରି
ପିଲା ବେଳ କଥା ମନେ ରଖି ଯାଉ ମାଉସୀ ଘରକୁ ବୁଲି l
ଜନ୍ମ ସ୍ଥାନ   ତୋର ପୁରୁଣା ସମ୍ପର୍କ ସଭିଙ୍କୁ ବାନ୍ଧି ଜୀବନେ
ତୋର ଲୀଳା ଖେଳା ବଡ ଦାଣ୍ଡରେ ଭକ୍ତ ଖୁସି ତୋ ଦର୍ଶନେ l
ପୋଡ଼ ପିଠା ଖାଇ ଆଡ଼ପ ମଣ୍ଡପେ ସାତଦିନ ରହି ମା ର ଘରେ
ଜନ୍ମ ଭୁଇଁର ଆକର୍ଷ ପାଇଁ ବରଷକେ ଯାଉ ଛାଡି
କର୍ମ କ୍ଷେତ୍ରରେ l
ନଅ ଦିନ ଯାତ୍ରା ଭାଇ ଭଉଣୀଙ୍କୁ ନେଇ ଚଳି ଯାଉ ତିନି ରଥରେ
ବାହୁଡା ଦଶମୀରେ ଲେଉଟିଣ ଫେରେ ଲୀଳା କରି ସେତ ବଡ ଦାଣ୍ଡରେ
ନଟ ନାଗର ନାଟ କରି ଆସେ ଖୁସି ପାଏ ସେ ଭକ୍ତ ଦର୍ଶନରେ
ଦେବଦାସୀ  ନାଚ ସଙ୍ଗେ ହରି ବୋଲ ହୁଳହୁଳି ଶଙ୍ଖ ମୃଦଙ୍ଗ ତାଳେ l
ଏକାଦଶୀ ତିଥିରେ ରଥ ପରେ ରହି ସୁନାବେଶରେ ସଜ୍ଜିତ ହୋଇ
ମା ଯଶୋଦା ବାଳୁତ ବେଳରେ ନାନା ଗହଣାରେ ସଜାଇ ଦେଇ l
ଜନମ ସ୍ଥାନରୁ ଫେରି କଳାକାହ୍ନୁ ବଡ ଦାଣ୍ଡେ ରଥେ
ପାପକୁ ଧୋଇ
ଗୋପ ବାସୀ ମଣେ ଭକ୍ତଙ୍କୁ କହ୍ନାଇ ବଡ ଦାଣ୍ଡେ ରହି ଦର୍ଶନ ଦେଇ l
ଭକ୍ତ ତାଙ୍କର ସେ ଭକ୍ତଙ୍କର  ବଡ ଏକାଦଶୀରେ ପାପ କୁ ଧୋଇ l
ସୁନା ବେଶରେ ନିଜକୁ ସଜାଇ ମାଆଙ୍କ କଥା କାହ୍ନୁ ମନେ ପକାଇ
ମାନବୀୟ ଲୀଳା ଖେଳା କରୁଥାନ୍ତି ନୀଳାଚଳେ ଧରି ଭଉଣୀ ଭାଇ l
ବଡ ଦେଉଳକୁ ଫେରି ଗଲେ ଯେବେ ଭାଇ ଭଉଣୀ ଏକ ପରେ ଏକ
କବାଟ କିଳିଲେ ଲକ୍ଷ୍ମୀ ଠାକୁରାଣୀ କାଳିଆ ସାଆନ୍ତେ ହୋଇ ବିମୁଖ l
ସାଂସାରିକ ଧର୍ମ ପତି ପତ୍ନୀ ସମ ଜଗନ୍ନାଥ ମନାଇ ରସଗୋଲା ନେଇ
ପତ୍ନୀ କମଳା  ଚଞ୍ଚଳା ସରଳା ଭାଙ୍ଗି  ରୁସା ପତି ପାଛୋଟି ନେଇ
ଯୋଡି ସୁନ୍ଦର କଳା ଠାକୁର ଲକ୍ଷ୍ମୀ ସଙ୍ଗେ ମନ୍ଦିରେ ବିଜେ ହୋଇ
ସଂସାରେ ସୁନ୍ଦର ଶ୍ରୀମତୀ ଶ୍ରୀମାନ ଜଗନ୍ନାଥ ଲକ୍ଷ୍ମୀ ପତିପତ୍ନୀ ହୋଇ
ଜୟ ଜଗନ୍ନାଥ ଜଗତର ନାଥ ଧନ୍ୟ ତୁମ ଲୀଳା ସଂସାରେ ବିଦିତ
ଶରଣ ରକ୍ଷଣ ଆହେ ନାରାୟଣ ଲକ୍ଷ୍ମୀପତି ରକ୍ଷ  ସମସ୍ତ ଜଗତ  l
ଏତିକି ବିନତି ଆହେ ଦୟାନିଧି ମହାମାରୀ ଶୀଘ୍ର ଦୂରେଇ ମହୀରେ
ଭକ୍ତ ଆର ସନ କରି  ଗୁଣଗାନ ରଥ ଟାଣି ଖୁସି  ତୁମ ଦର୍ଶନରେ  l
ସୌଦାମିନୀ ତ୍ରିପାଠୀ

Share this :
Next Post

ଯାତ୍ରା - ବାସନ୍ତି ଲତା ଜେନା

ଜନନୀ ଜଠରୁ ଭୂମିଷ୍ଠ ହୋଇଲେ ପାଦ ଥାପେ ପୃଥିବୀରେ ସେହି ଦିନ ଠାରୁ ଶୁଭଯାତ୍ରା ହୁଏ କର୍ମ ଯାତ୍ରା ଜୀବନରେ l୧l ଶୈଶବ କୈଶୋର ଯୌବନ ବାର୍ଦ୍ଧକ୍ୟ ଯାତ୍ରା ଭିନ୍ନ ଭିନ୍ନ ହୁଏ ଉତ୍ଥାନ ପତନ ଜୀବନର ସ୍ରୋତେ ନିତି ଡ଼ଙ୍ଗା ବାହୁ ଥାଏ l୨l ମିଛ ଦୁନିଆରେ ମୁଖେ ରଙ୍ଗ ବୋଳି ଅଭିନୟ ସେତ କରେ ଦୁଃଖ ସୁଖ ଭରା ଜୀବନ କାହାଣୀ ଏହି ସଂସାର ମଧ୍ୟରେ l୩l […]

Subscribe US Now