ସୁନାବେଶ – ବୈଜୟନ୍ତୀ ମାଳା ମହାପାତ୍ର

Views: 34
0 0
Read Time:1 Minute, 46 Second

ଶହେ ଅଠତ୍ରିଂଶ ସ୍ୱର୍ଣ୍ଣ ଅଳଙ୍କାର
ମଣ୍ଡିତ ହୋଇ ଠାକୁର
ଭକତକୁ ତୁମ ଦରଶନ ଦେଵ
ଆନନ୍ଦ ନେଇ ମନର
କିରୀଟ, କୁଣ୍ଡଳ ଶୋଭା
ଶ୍ରୀ ଭୁଜ, ପୟର, ତିଳକ ଅଳକା
ଦୁବ ସୁବର୍ଣ୍ଣର ଆଭା ll

ଭାଇ ଭଉଣୀକୁ ନେଇ ସଂଗତରେ
ମାଉସୀ ମାଙ୍କ ଘରୁ
ପୋଡ଼ପିଠା ଖାଇ ନନ୍ଦିଘୋଷ ରଥେ
ବହୁଡ଼ିଲ ପ୍ରଭୁ ଗରୁ
ତୁମରି ସୁବର୍ଣ୍ଣ ବେଶ
ଟିଭିରେ ଦେଖୁଛି ମୋହିତ ହେଉଛି
ଆହେ ପ୍ରଭୁ ଜଗଦୀଶ ll

କୋଟି ପ୍ରଣିପାତ ତୁମ ଶ୍ରୀ ଚରଣେ
ଜଗନ୍ନାଥ ଶଙ୍କର୍ଷଣ
ସୁଭଦ୍ରାହୀ ଘେନ ପ୍ରଣାମ ମୋହର
ନ ଦେବ କେବେ କଷଣ
ପଦ୍ମ ପାଦେ ରହୁ ମନ,
ଆର ବରଷକ ଘୋଷ ଯାତରାରେ
ରଥରେ ଦେବ ଦର୍ଶନ ll

ବୈଜୟନ୍ତୀ ମାଳା ମହାପାତ୍ର
ଫୁଲବାଣୀ, କନ୍ଧମାଳ

Share this :
Next Post

ବାହୁଡା ବ୍ରହ୍ମ - ଶୁଭସ୍ମିତା ଦାଶ

ନବଦିନ ଯାତ ସାରି ବାହୁଡ଼ା ଦଶମୀରେ ବାହୁଡ଼ିବେ ବାହୁଡ଼ା ବ୍ରହ୍ମ କାଳିଆ ଗୋସାଇଁ ସାଥେ ଭାଇ ଭଉଣୀଙ୍କୁ ନେଇ ଶୀରି ମନ୍ଦିର ଶୋଭା ଲାଗେ ଖାଁ ଖାଁ ତୁମ ବିନା ଶ୍ରୀହୀନ ଯାଇଛି ହୋଇ ତୁମ୍ଭ ଫେରିବା ବାଟକୁ ସେ ତ ରହିଛି ଚାହିଁ ତୁମ୍ଭେ ଫେରିଲେ ହସି ଉଠିବ ବଡ଼ଦେଉଳ ପୁଣି ଲେଉଟିବ ଶ୍ରୀ ମନ୍ଦିରେ ଗହଳ ଚହଳ ରତନ ବେଦୀ ରହିଛି ଚାହିଁ ବାହୁଡ଼ା ବ୍ରହ୍ମ ବାହୁଡିବା […]

Subscribe US Now