ବାହୁଡା ବ୍ରହ୍ମ – ଶୁଭସ୍ମିତା ଦାଶ

Views: 31
0 0
Read Time:1 Minute, 22 Second

ନବଦିନ ଯାତ ସାରି ବାହୁଡ଼ା ଦଶମୀରେ
ବାହୁଡ଼ିବେ ବାହୁଡ଼ା ବ୍ରହ୍ମ କାଳିଆ ଗୋସାଇଁ
ସାଥେ ଭାଇ ଭଉଣୀଙ୍କୁ ନେଇ
ଶୀରି ମନ୍ଦିର ଶୋଭା ଲାଗେ ଖାଁ ଖାଁ
ତୁମ ବିନା ଶ୍ରୀହୀନ ଯାଇଛି ହୋଇ
ତୁମ୍ଭ ଫେରିବା ବାଟକୁ ସେ ତ ରହିଛି ଚାହିଁ
ତୁମ୍ଭେ ଫେରିଲେ ହସି ଉଠିବ ବଡ଼ଦେଉଳ
ପୁଣି ଲେଉଟିବ ଶ୍ରୀ ମନ୍ଦିରେ ଗହଳ ଚହଳ
ରତନ ବେଦୀ ରହିଛି ଚାହିଁ
ବାହୁଡ଼ା ବ୍ରହ୍ମ ବାହୁଡିବା ବାଟକୁ ଚାହିଁ
ଶ୍ରୀ ଚରଣେ ପ୍ରଣିପାତ କରେ ଗୋସାଇଁ ।।

ଶୁଭସ୍ମିତା ଦାଶ
ଭଂଜନଗର

Share this :
Next Post

ବାହୁଡା ଯାତ - ଚିନ୍ମୟୀ ମହାପାତ୍ର

  ବାହୁଡୁଛୁ ଜଗା ପରାରେ ଆଜି ମାଉସୀ ମା’କୁ ଦେଇ ମେଲାଣି, କେତେ କ୍ଷୀରି ପୁଳି ପୋଡପିଠା ଖାଇ ଆସୁଛୁ ତୁ ବଡ ଦାଣ୍ଡ କୁ ପୁଣି ! ଏତିକି ଦିନରେ ଭୁଲିଯାଇନୁ ତ ଦେଶବାସୀଙ୍କର ତୋତେ ମାଗୁଣି ! ରଥଚକ ତଳେ ପେଷିଦେବାକୁ ସେ ବିଶ୍ୱ ମହାମାରୀ କାଳ ନାଗୁଣୀ ! ଆହୁରି ପୁଣି ଯେ ଯୁଦ୍ଧର ଭେରୀ ଚିନ୍ତା ଚେତନାକୁ କଲାଣି ଭାରି, ଜିନିଷ ପତ୍ରର ଦର […]

Subscribe US Now