ବାହୁଡୁଛୁ ଜଗା ପରାରେ ଆଜି
ମାଉସୀ ମା’କୁ ଦେଇ ମେଲାଣି,
କେତେ କ୍ଷୀରି ପୁଳି ପୋଡପିଠା ଖାଇ
ଆସୁଛୁ ତୁ ବଡ ଦାଣ୍ଡ କୁ ପୁଣି !
ଏତିକି ଦିନରେ ଭୁଲିଯାଇନୁ ତ
ଦେଶବାସୀଙ୍କର ତୋତେ ମାଗୁଣି !
ରଥଚକ ତଳେ ପେଷିଦେବାକୁ ସେ
ବିଶ୍ୱ ମହାମାରୀ କାଳ ନାଗୁଣୀ !
ଆହୁରି ପୁଣି ଯେ ଯୁଦ୍ଧର ଭେରୀ
ଚିନ୍ତା ଚେତନାକୁ କଲାଣି ଭାରି,
ଜିନିଷ ପତ୍ରର ଦର ଦାମ ପୁଣି
ଆଖି ପିଛୁଳାକେ ସାଜେ ବଇରୀ,
ଫେରିଲା ବେଳକୁ ରଥ ଚକା ତଳେ
ଏସବୁ କୁ ଜଗା ଦେବୁରେ ପେଷି,
ତେବେ ଯାଇ ତୁହି ଆର ଥରକୁରେ
ଭକତ ଗହଣେ ରହିବୁ ମିଶି l
ତୋହରି କରୁଣା ନ କରିବୁ ଊଣା
କୋଟିକେ ଗୋଟିଏ ତୁହିଁ ଜଣା,
ସବୁ ତୋର ଲୀଳା, ସବୁ ତୋର ଖେଳା,
ଶେଷରେ ହୋଇଲା ତୋ ରଥ ଟଣା,
ଭକତ ମନର କଥା ତୁ ରଖିଲୁ
ଜଗତେ ତୋହର ବାନା ଉଡିଲା,
ଜଗତେ ତୋହର ବାନା ଉଡିଲା ll
ଚିନ୍ମୟୀ ମହାପାତ୍ର
ଯୁବଜ୍ୟୋତି ହାଇସ୍କୁଲ, ବାମୁର
ଅନଗୁଳ l
Readers Interaction