କୋଟି କଳା ମଣି
ଚକାଡୋଳା ତୋର ଠାଣି ।।
ଭକତ ଉଦ୍ଧାର ପାଇଁ ଆସିଛୁ ଧାଇଁ
ନବ ଦିନ ପାଇଁ ଦର୍ଶନ ଦେବାକୁ ଗୋସାଇଁ।।।
ଭାଇ ଭଉଣୀ ସାଥୀରେ ଧରି
ନାଲି ହଲଦିଆ ସବୁଜ କଳା ରଥରେ ଚଢି।।
ଘଂଟ ଘଂଟା ହୁଳ ହୁଳି ଚଉଦିଗ କଂପେଇ
ଘୁମେଇ ଘୁମେ଼ଇ ଝୁଲି ଝୁଲି କରୁଛ ବାୟୀ।।
ରୂପ ତୋର ଆହା କି ମନୋଲୋଭା
ଦେଖିଲେ ତୋ ରଥ ରୁଢ ବେଶ
ଆଖିରୁ ଲୋତକ ବୋହି ହେଉଛି ଶେଷ।।।
ଛଟକେ ତୋ ଟାହିଆ ମହକେ ତୋ ତୁଳସୀ ବାସ
ଉଠେ ଝଲସି ତୋ ରଙ୍ଗ ଅଧର ହସ।।
କେତେ ଯାଦୁ କରୁ ଯାଦୁକର
ଉଠେ ପଡେ ବଡ଼ ଦାଣ୍ଡ ପୁର।।
ଘୁଁ ଘୁଂ କରି ରଥ ଚକ ତୋର
ଘିଡି ଘିଡି ଯାଏ ଗୁଣ୍ଡିଚା ଘର।।
ନଅ ଦିନ ପାଇଁ ଯାଉଛ ଧାଇଁ
ଅନେଇ ବସିଚି ଗୁଣ୍ଡିଚା ରାଣୀ
ରତନ ବେଦୀ ଛାଡ଼ି ଜନମ ବେଦୀକୁ
ଯାଉଛ ସରଗେ ଜଗତ ସାଇଁ।।
କୋଟି ଭୁବନ ମହୁଡ ମଣି
କାଳିଆ ଗଣ୍ଠି ଧନ
ପାଟ ପୀତାମ୍ବରି ନାନା ରଙ୍ଗ ଭରି
ବସନ କରି ଝଟକୁ ନଅ ଦିନ।।।
ଭକତ ତୋର ଆନନ୍ଦ ବଜାର ଖାଇ
ଏବେ ଖାଆନ୍ତି ଆଡ଼ପ ପ୍ରସାଦ ମନ ହଜେଇ।।।
ଋଷି ଋଷି ଲକ୍ଷ୍ମୀ ସାଆନ୍ତାଣୀ କରନ୍ତି ରୋଷ
ଝୁରି ଝୁରି କାଳିଆ ତତେ ମନେ ଭରନ୍ତି କୋପ।।
ଲାଖି ଅଛି ଯାଇ ନିଜ ଘର ଠାରେ
ଏକା କରି ନିଜ ସ୍ତ୍ରୀ ଟିକୁ ବଡ଼ ଦେଉଳ ରେ।।।।
କେତେ କପଟୀ କାଳିଆ ଭାଇ ଭଉଣୀ ସାଥୀରେ
ଆସିଲା ବୁଲି ନିଜ ଭାରିଯା କୁ ଗଲାଣି ଭୁଲି ।।।
ମାଆ ସାନ୍ତାଣୀ ରାଗି କରିଗଲେ ଯେ
ପଞ୍ଚ୍ଚମୀ ଦିନେ ରଥ ଟିକୁ ଦେଲେ ଭାଙ୍ଗି
ହେରପଞ୍ଚମୀ ସାରି କୋପ ମନରେ ଧରି
ଆସିଲେ ମନ୍ଦିର ଫେରି।।।
ମୃଦୁ ମଳୟେ ହସି କହନ୍ତି ଜଗଦୀଶ
ଯିବି ନଅ ଦିନ ହେଲାଣି ଶେଷ
କେତେ ନାଟ ଖାଟ ସବୁ ସାରି
କାଳିଆ ଫେରୁଛି ଶ୍ରୀ ମନ୍ଦିର ପୁରି | | | |
ନଅ ଦିନ ଶେଷ ସକାଳେ ଖାଇଲେ
ଗୁଣ୍ଡିଚା ମା ହାତେ
ଖେଚୁଡ଼ି ଶାଗ ଭାତ।।
ଗୁଣ୍ଡିଚା ମା ରହିଲା ଅନେଇ
ଆର ବରଷକ ପାଇଁ ଆସିବୁ ପୁଣି ଫେରି
ତାଙ୍କ କଳା କନେହି ।।
ବାଟ ରେ ମୋହ ଧରିଲା କାଳିଆ କୁ
ପୋଡ଼ ପିଠା ଖାଇ ହସି ହସି ମାଉସୀମା ଘରେ
ଫେରୁଛି ବଡ଼ ମନ୍ଦିର କୁ ।।
ଏବେ ତ ଋଷି ବେ ମା କମଳିନୀ
କେତେ ବାଟ କଲେ ଟିକେ ହସେଇଲେ
ପଶିବେ ମନ୍ଦିରେ ବସିବେ ପୁଣି
ରତନ ସିଂହାସନେ ଜଗତ ମହୁଡ଼ ମଣି।।
ସ୍ଵାତି ମହାପାତ୍ର
ପୁରୀ
Readers Interaction