ସଖୀ ଲୋ ଦେଖିଯିବା ବାହୁଡା ଯାତ – ଦମୟନ୍ତୀ ରଥ

Views: 24
0 0
Read Time:3 Minute, 16 Second

 

ସଖୀ ଲୋ….ଓ… ଦେଖିଯିବା …..ବାହୁଡା ଯାତ….(୨ଥର)
ମାଉସୀ ଘରରୁ……….ଫେରିବ କାଳିଆ…(୨ଥର)
ସଜ ହେଲା ତିନୋଟି ରଥ……….
ସଖୀଲୋ…..ଓ… ଦେଖିଯିବା ବାହୁଡା ଯାତ……….(୨ଥର)…….(୦)

ଜନମ ବେଦୀ ରେ ନବ ଦିନ ରହି…..ମାଉସୀ ପରଶା ଖାଇ
କ୍ଷୀରି ପୋଡପିଠା ସରପୁଳି ମିଠା…..ଆନନ୍ଦରେ ଭୁଞ୍ଜି ଥାଇ
ଆଡପ ମଣ୍ଡପେ ଦରଶନ ଦେଇ…..(୨ଥର)
ହରେ ସେ …….ଭକ୍ତ ଙ୍କ ପାପ…..
ସଖୀଲୋ …ଓ………….ଦେଖିଯିବା …..ବାହୁଡା ଯାତ…….(୧)

ଭାଇ ଭଉଣୀ ଙ୍କୁ ସଙ୍ଗତେ ନେଇଣ….ଭକତେ ଦେଇ ଦର୍ଶନ
କପଟ କରିଲ ଲକ୍ଷ୍ମୀ ଙ୍କ ସଙ୍ଗତେ……କର ତାଙ୍କ ମାନ ଭଗ୍ନ
କପଟିଆ ବୋଲି ଡକା ପଡୁଅଛି……..(୨ଥର)
ଆହେ ପ୍ରଭୁ ଜଗତନାଥ……….
ସଖୀଲୋ ……ଓ…..ଦେଖିଯିବା …..ବାହୁଡାଯାତ…….(୨)

ବାଙ୍କ ଚାହାଣୀ ରେ ନାଲିଆ ଅଧରେ……ମୁରୁକି ତୁ ହସୁଥାଉ
ମାନ ଭାଙ୍ଗିବାକୁ ଲକ୍ଷ୍ମୀ ମାତାଙ୍କର…….ରସଗୋଲା ମୁଖେ ଦେଇ
ବାଇ କି କରିଲା……….ଆରେ ନନ୍ଦବଳା…(୨ଥର)
ନିତି ଦେବଦାସୀ ର ନାଟ………
ସଖୀଲୋ…..ଓ…..ଦେଖିଯିବା……ବାହୁଡାଯାତ……(୩)

ବରଷକେ ଥରେ ଘୋଷ ଯାତରା ରେ……ରଥେ ବଡ ଦାଣ୍ଡ ପରେ
ଆମ ପରମ୍ପରା……ଆମରି ସଂସ୍କୃତି……..ଟେକ ରଖି ଉତ୍କଳ ରେ
ଟାଣ ପଣ ତୋର ଟେକ ରଖ ପ୍ରଭୁ……..(୨ଥର)
ଶ୍ରୀପୟରେ ଯୋଡଇ ହସ୍ତ………..
ସଖୀଲୋ …ଓ….ଦେଖିଯିବା ବାହୁଡାଯାତ………(୪)
ସଖୀଲୋ……….
ମାଉସୀ ଘରରୁ ଫେରିବ କାଳିଆ……….(୨ ଥର)
ସଜ ହେଲା ତିନୋଟି ରଥ…..
ସଖୀଲୋ………ଓ…..ଦେଖି ଯିବା ବାହୁଡାଯାତ…..

ଦମୟନ୍ତୀ ରଥ
ନରସିଂହପୁର,କଟକ

Share this :
Next Post

ବାହୁଡା ଯାତ - ପୁଷ୍ପଲତା ସାହୁ

ଜନମ ବେଦୀରୁ କରମ ବେଦୀ କୁ ବାହୁଡ଼ିବ ଆହେ ଜଗା ବଳିଆ ମାଆ ମାଉସୀଙ୍କସେନେହ ଆଦର ପାରିବନି ଭୁଲି ନୀଳାଚଳିଆ || ତିନି ରଥେ ବସି ତିନି ଠାକୁର ହେ ବାହୁଡ଼ିବେ ସିଂହ ଦ୍ୱାର ରଥ ଗଡୁ ଥିବ ଚକ ଗଡୁ ଥିବ ମନ ହେଉଛି ଅସ୍ଥିର || ମାଉସୀ ମାଆ ର ପୋଡ଼ ପିଠା ଖାଇ ରଖିବ ତାଙ୍କରି ମନ ରାଜା ନଅରରେ ମାଆ ଲକ୍ଷ୍ମୀ ସଙ୍ଗେ ତୁଟି […]

Subscribe US Now