ଜନମ ବେଦୀରୁ କରମ ବେଦୀ କୁ
ବାହୁଡ଼ିବ ଆହେ ଜଗା ବଳିଆ
ମାଆ ମାଉସୀଙ୍କସେନେହ ଆଦର
ପାରିବନି ଭୁଲି ନୀଳାଚଳିଆ ||
ତିନି ରଥେ ବସି ତିନି ଠାକୁର ହେ
ବାହୁଡ଼ିବେ ସିଂହ ଦ୍ୱାର
ରଥ ଗଡୁ ଥିବ ଚକ ଗଡୁ ଥିବ
ମନ ହେଉଛି ଅସ୍ଥିର ||
ମାଉସୀ ମାଆ ର ପୋଡ଼ ପିଠା ଖାଇ
ରଖିବ ତାଙ୍କରି ମନ
ରାଜା ନଅରରେ ମାଆ ଲକ୍ଷ୍ମୀ ସଙ୍ଗେ
ତୁଟି ଯିବ ଅଭିମାନ ||
ରାଗ ରୋଷ ସବୁ ଭୁଲିଯାଇ ମାଆ
କରିଦେବେ ଦୋଷ କ୍ଷମା
ମାନବିୟ ଲୀଳା ଦେବ ଦେବୀଙ୍କର
ଭକ୍ତ ହେବେ ଆନମନା ||
ଭକତ ବତ୍ସଳ ହେ କଳା ଠାକୁର
ଦେଖି ତୁମ ଦିବ୍ୟ ରୂପ
ଭକ୍ତ ମନ ମୋହେ ପାପ ଧୋଇ ଯାଏ
ତୁମେ ତ ରୂପେ ଅରୂପ ||
ଶଙ୍ଖ ଚକ୍ର ଧାରୀ ସର୍ବ ପାପ ହାରି
ହରି ଦିଅ ମନୁ କ୍ଳେଶ
ତୁମରି ପାଦରେ ଆଶରା ଦିଅରେ
ଜୟ ଦେବ ଜଗଦୀଶ ||
ପୁଷ୍ପଲତା ସାହୁ
ଶିକ୍ଷୟିତ୍ରୀ
ଜଗତସିଂହପୁର
Readers Interaction