Read Time:1 Minute, 47 Second
ସଖୀ ଦେଖ ଲୋ
କି ଶୋଭା ଦିଶୁଛି କାଳିଆ ସୁନା
ମହଣ ମହଣ ସୁନା ରେ ଶୋଭିତ
ଆଖି ଯାଏ ଲାଖି ତାଠାରେ ସିନା ।
ସଖୀ ଦେଖଲୋ——–।0।
କୋଟି କୋଟି ପ୍ରଜା ପାଳୁଅଛି ସେତ
ଜଗତ ରେ ତାର ତୁଳନା ନାହିଁ
ତା କୋଠ ଭଣ୍ଡାର ସାରା ବିଶ୍ୱ କୁ ତ
ଦାନା କନା ଦେଉଅଛି ଯୋଗାଇ
କିଅବା ଅଭାବ ରାଜା ପୁଅ ସେତ
ତା ସାଥେ କେହି ତ ସରି ହୁଏନା ।
ସଖୀ ଦେଖା ଲୋ———।୧।
ସୁନା ପୁଅ ସିଏ ସୁନା ରେ ସଉକ
ବରଷ କେ ଥରେ ବଳିଛି ମନ
ଭକତ ଜଞ୍ଜାଳେ ନିତି ରହି ରହି
ସୁନା ବେଶେ ଆଜି ରଙ୍କ ରତନ
ତା ରୂପ ମାଧୁରୀ ବଇକୁଣ୍ଠେ ରହି
ସର୍ବ ଦେବା ଦେବୀ ଦେଖୁଛନ୍ତି ନା ।
ସଖୀ ଦେଖ ଲୋ———-।୨।
ପ୍ରତାପ କିଶୋର ରାଉତ
ତେନ୍ତୁଳିପଦୀ
ହାଟଡିହି,କେନ୍ଦୁଝର
Readers Interaction