ମଣିଷ ଭାଇ !
ବଢ଼ିଥିଲୁ ମୋର କୋଳରେ ରହି।
ମୋହର ଖାଇ,
ମୋ’ଠୁ ନେଇ,
ମୋ’ପରେ ଦାଉ ସାଧୁ କି ପାଇଁ?
ଗଛର କଥା,
ଶୁଣିଲା ମଣିଷ ଟେକିଲା ମଥା।
ଗଛ କାଟିଲି,
କିଦୋଷ କଲି,
ଉପଭୋଗ ପାଇଁ କଲି ବ୍ୟବସ୍ଥା?
ତୋଲାଗି ମୁହିଁ,
ଜନମରୁ ସବୁ ଦେଲି ଯୋଗାଇ।
ମୋକୋଳେରହି,
ଜୀବନ ପାଇ,
ବଞ୍ଚିଲୁ ଭାଳିଲୁ ସଂସାର ପାଇଁ?
ଗଢ଼ିଲୁ ଘର,
ମୋଠାରୁ ପାଇଲୁ ତୋରଆହାର।
ବାସ ବସନ,
ଓଷ ଫେସନ,
ସବୁ ଜୀବ ପାଇଁ ଦାନ ମୋହର।
ଶରଧା ହୋଇ,
ସବୁ ଯୋଗାଉଛି ଶୋଚନା ନାହିଁ।
ମୂଳରୁ କାଟି,
ନେଉଛୁ ଲୁଟି,
ମୋ ବିନା ଜଗତ ପାରିବ ରହି?
ପାଣି ପବନ,
ଆଉ କି ପାଇବୁ ରହିବ ପ୍ରାଣ?
ସକଳ ଚିଜ,
କେମିତି ଆଜ,
ପାଇବୁ ମୋ ବିନା ଟିକିଏ ହେଜ?
ସକଳ ଦେଇ,
ତଥାପି ଶରଧା ମୋଠାରେ ନାହିଁ,
ନ ପୁରେ ଅଣ୍ଟି,
ହେଉ ଦରାଣ୍ଡି,
ଶେଷକୁ କାଟୁଛୁ ମୋହର ତଣ୍ଟି।
ଜୀବନ ଯାଉ,
ମଲେ ଦୁଃଖ ନାହିଁ ମହତ ରହୁ,
ସଂସାର ପାଇଁ,
ଗଢିଛି ବିହି,
ମୋ ବିନା ଜଗତ ରହିବ କାହୁଁ?
ଜାଣିଲି ଏବେ,
ଗଛ ହିଁ ଜୀବନ ସଂସାର ଜୀବେ।
ଗଛ ଲଗାଇ,
ଯତନ ନେଇ,
ପ୍ରାୟଶ୍ଚିତ କରି ବଞ୍ଚିବି ଭବେ।
କଲା ବିଚାର,
ଗଛରେ ଭରିବ ସାରା ସଂସାର,
ପଡିଆ ଭୂଇଁ,
ଗଛ ଲଗାଇ,
ଯତନେ ବଞ୍ଚିବେ ଏ ଚରାଚର।
ଜଗତ ସାରା,
ମାତିଲେ ମଣିଷ ଲାଗିଲା ଚାରା।
ବଢ଼ିଲା ଗଛ,
ହୋଇଲା ଘଞ୍ଚ,
ଖୁସିରେ ହସିଲା ସଂସାର ସାରା।
କହିଲା ଗଛ,
ଜାଗିଲେ ସଭିଙ୍କୁ କରିବ ପଛ।
ହସନ୍ତି ଦେଖ,
ଆସିଲା ସୁଖ,
ହଟିଲା ବିପଦ ଖୁସିରେ ବଞ୍ଚ।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
Readers Interaction