ପିଲାବେଳ ଅଭୂଲା ଦିନ – ଅମରଜିତ୍ ମଲ୍ଲିକ

Views: 35
4 0
Read Time:2 Minute, 7 Second

ପିଲାଦିନ ସେହି ଅଳି ଅଝଟ କୁ
ଭୁଲି ହୁଏ ନାହିଁ କେବେ
ଅଭୁଲା ଦିନ ସେ ସ୍ମରଣୀୟ ଅଟେ
ମନେ ଯେ ରଖନ୍ତି ସର୍ବେ ‌।୧।
ବୁଲା ବିକାଳିଙ୍କ। ଡାକ ଶୁଣି ଆମେ
ଜିଦ୍ କରୁଥିଲେ କେତେ
ସେଗୁଡିକ ଆମ ମନେଅଛି ଆଜି
ଭୁଲି ହୁଏ ନାହିଁ ସତେ।୨।
ଅଝଟିଆ ହେଉ ମାଆ ସାଥେ ଆମେ
ଦୋକାନକୁ ଯିବା ପାଇଁ
ଚକଲେଟ ପାଇ‌ ଖୁସି ହେଉଥିଲୁ
ସେ ବେଳ ଆସିବ ନାହିଁ।୩।
ମନେ ଅଛି ସେହି ପିଲାବେଳ କଥା
ସାଙ୍ଗସାଥୀ ମଗାମଗି
କାହାକୁ ନକହି ଘରୁ ନେଉଥିଲୁ
ଚୋରେ ହେଉଥିଲୁ ଭାଗି।୪।
ମନେ ଅଛି ପୁଣି ରବିବାର ପାଇଁ
ଚାହିଁ ରହୁଥିଲେ ସର୍ବେ
ସ୍କୁଲରୁ ଯେମିତି ମୁକ୍ତି ମିଳିଯାଏ
ପୋଖରୀ ବୁଢାକୁ ଭାବେ।୫।
ଅଭୁଲା ଦିନସେ ଭୂଲିହୁଏ ନାହିଁ
ଗୋଟିଗୋଟି ମନେ ଅଛି
ସେଦିନ ଗୁଡ଼ିକ ଆମରି ଛାତିରେ
ସ୍ବର୍ଣ୍ଣକ୍ଷରେ ଲେଖାଅଛି।୬।

ଅମରଜିତ୍ ମଲ୍ଲିକ
ବଡମ୍ବା, କଟକ

Share this :
Next Post

ବାହୁଡା ବ୍ରହ୍ମ - ସବିତା ସାହୁ

  ମନ୍ଦିରକୁ ଆଜି ବାହୁଡ଼ିଛି ଜଗା ନବଦିନ ଯାତ୍ରା ସାରି ବଡ଼ ଭାଈ ବଳଭଦ୍ର ସାଥେ ସୁଭଦ୍ରା ଭଉଣୀ ଧରି। ରତ୍ନ ବେଦୀ ପୁଣି ପୂରଣ ହୋଇବ ଫେରିବ ମନ୍ଦିର ଶିରୀ ସୁନା ବେଶେ ଦିଅଁ ଦର୍ଶନ ଦେବେ ହସ୍ତେ ଶଙ୍ଖ,ଚକ୍ର ଧରି। ଆଜି ପଡିଛି ସବୁଠି ହୁରି ଲଷ୍ମୀ ମାତା ବାଦ କରି ଜଗନ୍ନାଥଙ୍କୁ ସେ ବାଟ ଛାଡିବେନି ଦେବେ ଦୁଆରକୁ ବନ୍ଦ କରି। ପ୍ରଭୁ ଲଷ୍ମୀଙ୍କ ମାନ […]

Subscribe US Now