ବାହୁଡା ବ୍ରହ୍ମ – ସବିତା ସାହୁ

Views: 19
0 0
Read Time:1 Minute, 31 Second

 

ମନ୍ଦିରକୁ ଆଜି ବାହୁଡ଼ିଛି ଜଗା
ନବଦିନ ଯାତ୍ରା ସାରି
ବଡ଼ ଭାଈ ବଳଭଦ୍ର ସାଥେ
ସୁଭଦ୍ରା ଭଉଣୀ ଧରି।

ରତ୍ନ ବେଦୀ ପୁଣି ପୂରଣ ହୋଇବ
ଫେରିବ ମନ୍ଦିର ଶିରୀ
ସୁନା ବେଶେ ଦିଅଁ ଦର୍ଶନ ଦେବେ
ହସ୍ତେ ଶଙ୍ଖ,ଚକ୍ର ଧରି।

ଆଜି ପଡିଛି ସବୁଠି ହୁରି
ଲଷ୍ମୀ ମାତା ବାଦ କରି
ଜଗନ୍ନାଥଙ୍କୁ ସେ ବାଟ ଛାଡିବେନି
ଦେବେ ଦୁଆରକୁ ବନ୍ଦ କରି।

ପ୍ରଭୁ ଲଷ୍ମୀଙ୍କ ମାନ ଦୂର କରି
ରସଗୋଲାକୁ ମାତାଙ୍କୁ ଦେଇ
ନୀଳାଦ୍ରି ବିଜେ କରିବେ ଶ୍ରୀହରି
ପୁଣି ହସିବ ଶ୍ରୀକ୍ଷେତ୍ର ପୁରୀ।

ସବିତା ସାହୁ,ମାଣିଆବନ୍ଧ, ବଡ଼ମ୍ବା, କଟକ

Share this :
Next Post

SORROWFUL NIGHTS! - Dr.Prasana Kumar Dalai

SORROWFUL NIGHTS! I can’t hide my sorrow. That share all my tomorrows. I can’t forget the gloomy and sadness tomorrow. When I think of all my sorrow. I always smile. But in your eyes. You pretend to hide your smiles. In the twinkling of lovely eyes. When my eyes begin […]

Subscribe US Now