ମାଆର ମମତା – ରାଜ କିଶୋର ମୁଣ୍ଡି

Views: 26
0 0
Read Time:1 Minute, 29 Second

ମାଆ ମୋର ପୁଣ୍ୟତ୍ଵୟା
ମର୍ତ୍ତ୍ୟର ଜାହ୍ନବୀ
ତ୍ୟାଗ ଆଉ ଉତ୍ସର୍ଗର
ମୃତ୍ତିମନ୍ତ ଦେବୀ !
ମାଆ ମୋର ଚିରସ୍ରୋତା
ଅମୃତର ଧାରା
ସବୁ ଅଳି ଅର୍ଦ୍ଦଳିକୁ
ସହିଯାଏ ପରା !
ମାଆ ମୋର ଅନ୍ଧାରରେ
ଆଲୋକର ବତି
ସକାଳର ଧୂପ ଆଉ
ସନ୍ଧ୍ୟାର ଆଳତୀ !
ମାଆ ମୋର ଧର୍ଯ୍ୟ ଆଉ
ଦେହର ଶକତି
ଦିଅଇ ସାହାସ ସଦା
ମନରେ ଭକତି !
ମାଆ ମୋର ମମତାର
ସୀମାହୀନ ସାଗର
ଧୋଇ ଦିଏ ସବୁଦୁଃଖ
ଯା’ଥିବ ଆମର !
ମାଆ ମୋର ସଞ୍ଜିବନୀ
ପରସର ମଣୀ
ହସେ ମଧୁ ଝରେ ତାର
ସ୍ନେହ ବୈତରଣୀ !!

ରାଜ କିଶୋର ମୁଣ୍ଡି
ବରାହୀପୁର, ମାହାଙ୍ଗା,କଟକ

Share this :
Next Post

ମରିବି ସତ ଭାଳଇ ତୋ ପାଇଁ ହେବି ଦୁଃଖିତ - ସୀମାଞ୍ଚଳ ପଣ୍ଡା

  ବୋଲଇ    ଗଛ, ଏବେ ମୁଁ   କେମିତି  ହୋଇଲି ପଛ? ସତ  କହ    ଆରେ   ମଣିଷ  ଭାଇ, କି କାରଣେ ମୋତେ ଦେଲୁ ଦୂରେଇ, ଛାଡ଼ିଲେମୋତେ, ଏଇ     ମରତେ, ବଞ୍ଚି କି   ପାରିବୁ   ପରାଣ    ନେଇ? କିଦୋଷେ ମୋର, କରୁଛୁ     ବିନାଶ    ନାହିଁ   ଆଦର। ଜନମ   କାଳରୁ  ମୋ  ସଙ୍ଗେ  ରହି, ମୋ କୋଳେ ବଢିଲୁ ମୋହର ଖାଇ, ପାଇଲୁ    […]

Subscribe US Now