ଗୁରୁ ହିଁ ବ୍ରହ୍ମା ଗୁରୁ ହିଁ ଵିଷ୍ଣୁ
ଗୁରୁଦେବ ମହେଶ୍ବର
ଗୁରୁ ସାକ୍ଷାତ ପରମ ବ୍ରହ୍ମ
ତାଙ୍କ ପଦେ ନମୋ ନମଃ ।
ଜଗତ ଦୁରୁ ଜଗତ ନାଥ
ପିତାମାତା ଆଦ୍ୟଗୁରୁ
ଶିକ୍ଷା ଦାନର ଅଧିପତି ଯେ
ସେ ମୋର ଜ୍ଞାନଗୁରୁ ।
ପବିତ୍ର ବନ୍ତ ମଣିଷ ସିଏ
ଗୁରୁ ଚରଣେ ଯା ମନ
ସକଳ ପାପ ଖଣ୍ଡିତ ତାର
ଗୁରୁ ତା ଜୀବନ ଧନ ।
ଗୁରୁ ମହିମା ବଡ଼ ବିଚିତ୍ର
ସାକ୍ଷାତରେ ବରଦାନ
ଗୁରୁଙ୍କ ବାକ୍ୟ ଜ୍ଞାନ ଭଣ୍ଡାର
ଗୁରୁ ପଦେ ଦିଅ ମନ ।
ସକଳ ଶକ୍ତି ଆଧାର ସିଏ
ସକଳ ଶକ୍ତିର ଉର୍ଦ୍ଧ୍ବ
ତାର ମହିମା କିଏ କହିବ
ଶାସ୍ତ୍ର ଜ୍ଞାନରେ ସେ ବୃଦ୍ଧ ।
ଶ୍ରୀଗୁରୁ ପାଦ ପ୍ରାତଃ ସ୍ମରଣ
କରେ ଯେ ଅଜ୍ଞାନ ଜନ
ଜ୍ଞାନରେ ପୂର୍ଣ୍ଣ ହୁଏ ତା ମନ
ଜୀବନର ଶ୍ରେଷ୍ଠ ଧନ ।
ଜ୍ଞାନ ସାଗର ନାବିକ ସିଏ
ଅନ୍ଧକାରର ଆଲୋକ
ଶ୍ରୀଗୁରୁ ପଦେ ଯା ଧ୍ୟାନ ରହେ
ଜୟ କରେ ତିନିଲୋକ ।
ଶ୍ରୀଗୁରୁ ଶ୍ରୀଗୁରୁ ଭଜ ରେ ମନ
ଜୀବନର ପୁଣ୍ୟ ଧନ
ଗୁରୁଙ୍କ ବଚନେ ହୋଇବୁ ଶ୍ରେଷ୍ଠ
ଲଭିବୁ ଶ୍ରେଷ୍ଠ ଜ୍ଞାନ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ
Readers Interaction