ନାରୀର ମହତ୍ତ୍ବ – ଶ୍ରୀମାନ ଗୁରୁଦେବ ବେହେରା

Views: 28
0 0
Read Time:2 Minute, 44 Second

 

ଅକ୍ଷୟ ପ୍ରମାଣ ରହିଛି ଜଗତେ
ନାରୀ ର ମହତ ଗାଥା
ପୁରାଣ,ଶାସ୍ତ୍ର, ସଂସ୍କୃତି କେତେ
ଗାଇ ଛନ୍ତି ନାରୀ କଥା ।।
ଅମୁଲ୍ୟ ରତ୍ନ ବୋଲି କହେ ଦୁନିଆ
ନାରୀ ନୁହେଁ ସେ ମା ଟିଏ
କସଟି ପଥରରେ ଘଷି ମାଜି ହୋଇ
ଜନମ ଜନମର ରାହାଟିଏ ।।
ଆକୁଳେ ବିକଳେ ବେଦନା ତଥାପି
ଜୀବନ ପାଇଁ ସେ ମମତା
କଳି କି ପାରିବ ତ୍ୟାଗ ଗୁଣ ତାର
ଥରେ ଭାବି ଦେଖ ଜନତା ।।
ନୁହେଁ ସେ ଅବଳା ନୁହେଁ ସେ ଦୁର୍ବଳା
ନୁହେଁ ସେ ମାଟି କଣ୍ଢେଇ
ନିଷ୍ପାପ ହ୍ରଦ ର ପଥିକ ନୁହେଁ ସେ
ଅନେକ ଆଶା ଅଟଇ ।।
ସେ ଅଟେ ଗାରିମା ନାହିଁ ତା ଉପମା
ଲକ୍ଷେ ତାର ସମ୍ଭାବନା
କି ଗୁଣ ଗାଇବା କି ଯଶ ଦେଖିବା
ଅମାପ ସେ ବିଭବନା ।।
ସୃଷ୍ଟି ର ଶ୍ରେଷ୍ଠ ସମ୍ପଦ ନାରୀକୀର୍ତ୍ତି
କେ ବର୍ଣ୍ଣିବ ତା ମହତ୍ତ୍ୱ
ସଂସାର ବୁକୁରେ ଅମୁଲ୍ୟ ସମ୍ପଦ
କରେ ସମସ୍ତ ଙ୍କୁ ଦେବତ୍ୱ ।।
ଜାଣି ତାର ମହିମା ଆଦର୍ଶ ଗୁଣ
ଆଚାରେ ବିଚାରେ ଦେଖ
ବେଳ ଥାଉ ଥାଉ ମହତ ନାରୀର
ସମ୍ମାନ ସର୍ବଦା ରଖ ।।

ଶ୍ରୀମାନ ଗୁରୁଦେବ ବେହେରା
(ବିଶିଷ୍ଟ ସାମାଜିକ କର୍ମୀ)
ବାଣପୁର, ଖୋର୍ଦ୍ଧା ଜିଲ୍ଲା

Share this :
Next Post

ବୋଉ - ନୀଳାଦ୍ରି ବିହାରୀ ମହାପାତ୍ର

  ବୋଉବୋଉ ବୋଲି ଯେତେ ମୁଁ ଡାକିଲି ଘରସାରା ବୁଲି ବୁଲି ଡାକ ଶୁଣି ବୋଉ ବାଡ଼ିପଟୁ କିଆଁ ଆସିଲାନି ଆଉ ଚାଲି ।୦୧। ସକାଳୁ ସକାଳୁ ଆଳୁ ସିଝା ଭାତ ପେଟେ ଖୋଉ ଥିଲା ବୋଉ ଖରାବେଳ ହେଲେ ଥାଳିଏ ଘାଣ୍ଟକୁ ପଖାଳ ମାଣ୍ଡିଆ ଜାଉ. ।୦୨। ବସା ବାସି ଡାଲି ଗରମ ଭାତକୁ ପିଆଜ ଓ ଲୁଣ ଲଙ୍କା ବଡି ଚୁରା ସଂଗେ ବାଇଗଣ ପୋଡା ବାଡ଼ି […]

Subscribe US Now