ନିଃଶଙ୍ଗ ଉପଲବ୍ଧି – ଡ.ଲକ୍ଷ୍ମୀକାନ୍ତ ଦାଶ

Views: 60
0 0
Read Time:2 Minute, 42 Second

 

ଅତୀନ୍ଦ୍ରିୟl ତୁମେ ମାନସ ପଟର
ନିସ୍ତବ୍ଦ ରାତ୍ରିର କୋହ
ଅନ୍ତସତ୍ୱା ତୁମେ ଶ୍ରାବଣ ଆକାଶେ
ଅସ୍ପୁଟ ହୃଦୟ. ମୋହ (୧)

ଅବର୍ଣ୍ଣ ଅକ୍ଷର ତୁମ ଓଷ୍ଟଧାର
ସ୍ରୋତସ୍ବିନୀ ସ୍ମୃତିରାଶି
ଆଦ୍ୟ ଆଷାଢ଼ର ନିରୀହ ହୃଦୟ
ପ୍ଲାବିତ ହୃଦୟେ ମିଶି (୨)

ଚରମ ତୃପ୍ତିର ଉପଲବ୍ଧି ତୁମେ
ପୀରତିର ଶଯ୍ୟାଧାର
ମୌସୁମୀର କାଳେ ତରଙ୍ଗ ସାଜଯେ
ଯୌବନର ବର୍ଷଧାର(୩)

କୁଢ଼ କୁଢ଼ ସ୍ବପ୍ନ ପାଖୁଡା ମେଲାଏ
ନିଃସଙ୍ଗତା ଶୂନ୍ୟତାରେ
ବାଁଆଁରା ମେଘଟା ଛନ୍ଦହୀନ ସାଜେ
ହଜିଯାଏ ବହୁଦୂରେ (୪)

ବିଜୁଳିର ଛଟା କଉତୁକ ସାଜେ
ରଞ୍ଜିତ ହୁଏ ଆକାଶ
ଆର୍ତ୍ତନାଦ ପୁଣି ଗୁଞ୍ଜରେ ହୃଦେ ମୋ
ଅପେକ୍ଷାକୁ କରି ଶେଷ (୫)

ଉଜ୍ୱଳ ଆଲୋକ ଭାରୀ ବ୍ୟଗ୍ରହୁଏ
ଚିବୁକ ଅଙ୍କିବା ପାଇଁ
ମନତନ୍ତ୍ରୀ ପୁଣି ଗୁଞ୍ଜନ ହୁଅଇ
ଚେନାଏ ସ୍ବପ୍ନକୁ ନେଇ (୬)

ନୟନ ଦ୍ଵିତିରେ ତୁମେ ଥାଅ ସଦା
ଅସୁମାରୀ ବାସ୍ନା ନେଇ
ଆଶାର ମରୁରେ ବଞ୍ଚିଥାଅ ପୁଣି
ଗୋଲାପର ମନ ଦେଇ (୭)

ଡ଼ ଲଷ୍ମୀକାନ୍ତ ଦାଶ, ସୁକିନ୍ଦା
ଯାଜପୁର

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

One thought on “ନିଃଶଙ୍ଗ ଉପଲବ୍ଧି – ଡ.ଲକ୍ଷ୍ମୀକାନ୍ତ ଦାଶ

Comments are closed.

Next Post

ସତ୍ଯ ଓ ସୁନ୍ଦର - ଉପେନ୍ଦ୍ର କୁମାର ବସ୍ତିଆ

ଆକାଶଠୁ ମାଟିଯାଏ ପରିବ୍ୟାପ୍ତ ସୀମା ପାଣିରୁ ପବନ ଯାଏ ରେଣୁ ରେଣୁ ଭୂମା ।୧। ସରଗ ତେଜରୁ ଗତି ଶୀତଳ ଯୋଛନା ରୁତୁମୟୀ ପ୍ରକୃତିର ଫୁଲର ବାସନା ।୨। ତ ଟନୀର ସ୍ରୋତ ଧାରେ ଭଉଁରୀର ଖେଳ ନଦୀତଟ ସମୀରର ମତୁଆଲା ସୁର ୩। ସମୁଦ୍ରର ବେଳାଭୂମି ବାଲୁକା ରାଶିରେ ଖଣ୍ଡ ଖଣ୍ଡ ଉତ୍ପଳର ଧବଳ ବେଶରେ ।୪। ଜଳର ଉନ୍ମୁତ୍ତ ଖେଳ ତରଙ୍ଗର ନୃତ୍ୟ ଆକାଶ ଯେଉଁଠି ଧରେ […]

Subscribe US Now