ଜଙ୍ଗଲ କନ୍ୟା – ପବିତ୍ର ବେହେରା

Views: 24
0 0
Read Time:10 Minute, 19 Second

ଜଙ୍ଗଲ କନ୍ୟା
ତୁମେ ଆସିଥିଲ
ଠିକ୍ ରାତି ଅଧବେଳେ।

କେହି ନ ଜାଣିଲା ପରି
ଭିଡି ଧରିଳ ମୋତେ
ତୁମ ଗଭୀର ଆଶ୍ଳେଷେ ।

ଏମିତି ଅନୁଭୂତି ହେଉଥାଏ
ଯେମିତି ତୁମେ ମୋତେ ଛୁଇଁ ନାହଁ
କେଉଁ ଅନାଦି କାଳରୁ ।
ସେମିତି ମୋ ଦେହର
କୋଣେ କୋଣେ ଝରୁଥିଲା
ତୁମ ପ୍ରୀତିର ମଧୂର ବର୍ଷା।

ମୋ ଦେହର ତାପମାତ୍ରା
ଚାହୁଁ ଚାହୁଁ ବଢ଼ି ଯାଉଥିଲା
ତୁମ ତତ୍ଵଳା ନିଃଶ୍ବାସ ରେ।

ଆତ୍ମା ପରି ତୁମେ ଭେଦୀ ଯାଇଥିଲା
ମୋ ତନୁର ପ୍ରତିଟି କୋଣରେ
ସତେ କି ବୁଡିଯାଇଛି
ମୁଁ ତୁମ ସୂକ୍ଷ୍ମ ଅବୟବେ ‌।

ଶରୀର ତୁମ ଗଢାଥିଲା
ସତେକି ଏକ ମଳୟ ପବନ
ରୂପରେ ତୁମେ ଅନନ୍ୟ ସୁନ୍ଦରୀ
ଯେମିତି ଦିଶୁଥାଏ ସୁନ୍ଦରୀ ବୃକ୍ଷ ପରି ।
(ଆମ୍ବ ଗଛର ଅନ୍ୟନାମ ସୁନ୍ଦରୀ)

ମୋ ପାଶ୍ୱର୍ରେ, ମୋ ପଲଙ୍କ ଧାରରେ
ଆସି ବସିଥିଲ ନୀରବ ରଜନୀରେ
ଅଭିସାରିକା ରୂପରେ।
ଅନ୍ଧାରରେ ବି ତୁମେ ଜଳୁଥିଲ
କାମନା ର ଜ୍ଵଳନ୍ତ ନିଆଁରେ
ମୋତେ ବି ଜଳାଉଥିଲ
ତୁମ ତନୁ ର ତତଳା ନିଆଁରେ।
ଭିଡ଼ି ନେଉଥିଲ ମୋତେ
ତୁମ କାମନାର ଗଭୀର ସମୁଦ୍ର ମଧ୍ୟକୁ
ମୁଁ ହଜି ଯାଉଥିଲି,
ତୁମ ପ୍ରୀତିର ବନ୍ୟାରେ।

ତୁମେ ଖୋଜି ବୁଲିଥିଲ ଯାଗାଟିଏ
ମୋ ତନୁ ର ମାନଚିତ୍ର ମଧ୍ୟରେ
ମୋ ସହମତି,ମୋ ଆତ୍ମା କୁ ଘୁଞ୍ଚେଇ
ଯାଗାଟିଏ କରିଥିଲ ମୋ ତନୁ ମଧ୍ୟରେ।

ଗୋଟିଏ ଶରୀର ମଧ୍ୟରେ
ଦୁଇଟି ବାହୁର ମିଳନ
ପ୍ରୀତି ସଂଚାରେ।

ତୁମ ନଗ୍ନ ରୂପ ନୟନରେ
ମୋତେ ତୃଷ୍ଣା ଦିଶୁଥାଏ
ତୁମ ଓଷ୍ଠ ରେ ମୁଁ ତୃଷ୍ଣା ମେଣ୍ଟାଉଥାଏ।

ପୁଣି କର୍ଣ୍ଣ ପାଶ୍ୱର୍ରେ କହି ଯାଉଥିଲ
ସେହି ନୀରବ ସ୍ଵରରେ ।

“””ଯିଏ ରହେ ମନରେ
ସିଏ ଯଦି ରହେ ଏ ଦେହରେ
ତେବେ କ’ଣ ଯାଏ”””

ତୁମ ଓଠରେ ମଧୁରତା
ମୋ ମନରେ ଏକ ନୂତନ ଜିଜ୍ଞାସା
ସୃଷ୍ଟି କରୁଥିଲା ।

ଜାଣେନା କେତେବେଳେ ଆଖି ବନ୍ଦ, ଓଠ ବନ୍ଦ
ଦେହ ମୋର ଜଡ ହୋଇଯାଇଥିଲା ।

କୋଟି କୋଟି ଫୁଲ ର ମହକ ବଣରେ
ମୁଁ ତୁମର ମହକ ଖୋଜି ବୁଲେ ।

ଫିକା ଫିକା ଘନ ଅନ୍ଧକାର ମଧ୍ୟରେ
ଖୋଜି ବୁଲେ ରଜନୀ ର ଅନନ୍ତ ପ୍ରାନ୍ତରେ ।

ସେହି ମଧୂର ରଜନୀ ରେ
ତୁମେ ଛୁଇଁ ଯାଉଥିଲ ।

ମୁଁ ତୁମ ସ୍ପର୍ଶ କୁ ଅନୁଭବ କରୁଥିଲି
ଏକ ପାଗଳ ଭଅଁର ରୂପରେ ।
ମୋର ମୁକୁଳା ପିଠିରେ
ଟାଣି ଥିବା ନଖ ଗାରରେ ।
ମୁଁ ତୁମ ଯନ୍ତ୍ରଣା କୁ
ନିଜ ବାହୁରେ ଆଲିଙ୍ଗନ କରି ପାରେ।

ତୁମ ମିଠା ଆଲିଙ୍ଗନ ରେ
ମୁଁ ଫୁଲ ରୁ ଫୁଲ କୁ
ଗିରି ରୁ ଗିରି କୁ ।
ଆକାଶ ର ଫୁଙ୍ଗୁଳା ଦେହରେ
ନିଜକୁ ହଜାଇ ଦେଇ ପାରେ ।

ବରଫ ର ଶେଜପାରି
ତୁମେ ଶୋଇ ଯାଉଥିଲ
ହିମଗିରି ପର୍ବତ ଶୀଖରରେ।

ଝିଙ୍କାରି କୁ ଚୁପ୍ କରି
ମୋ ଦେହରେ ସୃଷ୍ଟି ହେଉଥିଲା
ଉତ୍ତପ୍ତ ଲାଭା ର ଜ୍ଵଳନ।

ପ୍ରିତୀ ର ଲୋଭ ବଡ଼ି ବଡ଼ି ଯାଏ
ଦୁହିଁଙ୍କ ମିଳନ ର ମଧୁରତା ରେ।

ବସୁନ୍ଧରା ଲଜ୍ଜାବତୀ ପରି
ଲାଜେଇ ଯାଉଥିଲା
ତୁମରି ପୁଷ୍ପବତୀ ରୂପ ଦେଖି ।

ତୁମ ଗଣ୍ଡ କୁ ମୋ ଗଣ୍ଡ
ଯେବେ ଛୁଇଁ ଯାଉଥିଲ
ଏକ ଉଷ୍ମ ନିଶ୍ଵାସ ସୃଷ୍ଟି ହେଉଥିଲା
ପ୍ରାପ୍ତି ର ସମନ୍ଵୟ ରେ ।

ବକ୍ଷର ଦଳନ ଥମେ…………….ବକ୍ଷର ମିଳନେ
ପକ୍ଷର କମ୍ପନ ଥମେ………….ପକ୍ଷର ସନ୍ଧାନେ
ଦେହର ଜ୍ଵଳନ ତମେ …………..ଦେହର ମିଳନ ସ୍ଥାନେ

ଆଖି ବନ୍ଦ କରି ର୍ନିଲଜ ରଜନୀ
କାମନା ର ଅଜ୍ଞାତ ପ୍ରାନ୍ତରେ ।

ରଚି ଯାଉଥିଲା ତୁମର ମୋର ମଧ୍ୟରେ
ଏକ ନୂତନ ମହା ସମ୍ଭୋଗ ।

କିଛି ଶୁଭୁ ନଥାଏ, ରଜନୀ ନିରବ ଶବ୍ଦ
ତୁମ ଓଠରୁ ଭାସି ଆସୁଥିବା କିଛିଟା ଶବ୍ଦ ।

ବାରମ୍ବାର ଟାଣି ନେଉଥାଏ,
ତୁମ ପ୍ରୀତିର ଗଭୀରତା ମଧ୍ୟକୁ।

ତୁମ ର ସେହି ଲାଜକୁଳୀ ମୃଦୁ ହସ
ସରବର କଇଁ ପରି ମନକୁ କରୁଛି ହରସ।

ଶୀତଳ ରଜନୀ ର କାକର ରୁ ଝରୁଥିବା
ଟୁପ୍ ଟୁପ୍ ଶବ୍ଦ ।

ମୋ କର୍ଣ୍ଣ ପାଶ୍ୱର୍ରେ ତୁମ ଗୁଣର ଗାରିମା
ଗାରିମା ଧିରେ ଧିରେ ଗାଇଯାଆନ୍ତି ।

ଦୀର୍ଘ, ଦୀର୍ଘ….. ସ୍ଵଳ୍ପ, ସ୍ଵଳ୍ପ……. ତୃପ୍ତ, ତୃପ୍ତ ନିଶ୍ଵାସ ପ୍ରଶ୍ଵାସ
କିଛି ସମୟ ମଧ୍ୟରେ ପାଲଟି ଯାଏ ସବୁ ଶାନ୍ତ ।

ନଦୀ ପୁଣି ହଜିଯାଏ ତା ଅଜଣା ବାଟରେ
ପବନ ବି ଖେଳେଇ ହୋଇଯାଏ
ତା ଶୂନ୍ୟ ପଥରେ ।
କାକର ବି ଚୁମି ଦେଉଥାଏ
ନବ ସକାଳର କେଶର ଗାଲିଚା ଉପରେ।

(ଏହି ଧାଡି ରେ କେଶର ଶବ୍ଦଟି ଘାସ ର ନାମ କୁ ନାମିତ କରାଯାଇଛି)
ଯେଉଁ ପରି ମେଘ ବରଷିଲା ଟୁପୁରୁ,ଟାପୁରୁ କେଶର ମାଇଲା ଗଜା

ଜାଣେନା ପୁଣି କେତେବେଳେ*********ଏ ରଜନୀ ସରିଗଲା।

ଦିବସର ଆଗମନରେ *********ତୁମେ ହଜିଗଲ।

ପୁଷ୍ପବତୀ ସାଜି************ ପୁଷ୍ପ ବଣରେ।

ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ

Share this :
Next Post

Familiar Glance! - Dr.Prasana Kumar Dalai

FAMILIAR GLANCE! My life began when we were unknown. Still I feel,you always known to me. When you cross Infront of my sight. Your tropical scent blown away to me. Your steady breathing as you walk away. Your face like first glow of sun. Your shadow like a paint of […]

Subscribe US Now