ପ୍ରେମ – ଦୀପକ କୁମାର ସାହୁ

Views: 24
0 0
Read Time:1 Minute, 58 Second

ଗୋଟେ ଝିଅ ତୁମ ହାତ ଧରି ପକାଏ ଆଉ ତୁମେ ତାର
ଏହି ପ୍ରଥମ ଛୁଆଁକୁ ତୁମେ ପ୍ରେମ କହିବ,
ହୋଇପାର ତୁମେ ଭୁଲ୍ ॥
ପ୍ରଥମ ଦେଖାରେ ତୁମେ ତାକୁ ପସନ୍ଦ କଲ ଆଉ ସେ ତୁମକୁ
ଏହି ପ୍ରଥମ ଦେଖାକୁ ତୁମେ ପ୍ରେମ କହିବ,
ହୋଇପାର ତୁମେ ଭୁଲ୍ ॥
ଡେରି ରାତି ଯାଏଁ ଫୋନ ଧରି ତା’ ସହ ଆଳାପ କରୁଛ
ଏହି ଆଳାପକୁ ଯଦି ତୁମେ ପ୍ରେମ କହିବ,
ହୋଇପାର ତୁମେ ଭୁଲ୍ ॥
ସେ ତୁମର ଇନ୍ଷ୍ଟା ଷ୍ଟୋରି ଲାଇକ୍ କରୁଛି ଆଉ ତୁମେ ତାର
ଏହି ଲାଇକ୍ କୁ ଯଦି ତୁମେ ପ୍ରେମ କହିବ,
ହୋଇପାର ତୁମେ ଭୁଲ୍ ॥
ଯଦି ତା’ ଆଖି ଲୁହ ତୁମ କାମିଜରେ ଆଉ ତୁମର ତା’ ଲେହେଙ୍ଗାରେ
ଏହି ଲୁହ ଭିଜା ମନକୁ ତୁମେ ପ୍ରେମ କହିବ,
ହୋଇପାର ନୁହେଁ ଏହାହିଁ ପ୍ରେମ ।

ଦୀପକ କୁମାର ସାହୁ
ବାଲିଗୁଡା, କନ୍ଧମାଳ

Share this :
Next Post

Distant love - Dr.Suresh Chandra Sarangi

Love is free from borders Boundary and distance Near or far no matter. It can fly from earth to sky Even everywhere. Heart scored From the pain of distant love Hearts that cry with longings Missing a distant love Hearts that bleed from suffering so much Suffering from a different […]

Subscribe US Now