ବରଷା ଆସିଲା – ସୁକାନ୍ତ ଖଣ୍ଡା

Views: 34
0 0
Read Time:1 Minute, 42 Second

ବରଷା ଆସିଲା ଚାରିଆଡେ଼ ଦେଖ
ସବୁଜ ସୁନ୍ଦର କ୍ଷେତ
ବିଲର ଭିତରେ କୃଷକ ଭାଇର
ଚାଷକୁ କରୁଛି ମିତ।
ନଦୀ ନାଳ ବଢି଼ କଳକଳ ସ୍ବର
ଶୁଭୁଛି ଦୂରକୁ ଯେବେ
ମାଛମାନେ ତାଙ୍କ ଆନନ୍ଦ ମନରେ
ଉଠନ୍ତି ଉପର ଏବେ।
କାଦୁଅ ପାଣିରେ ଲଙ୍ଗଳା ପିଲାଏ
ଖେଳୁଛନ୍ତି ଖୁସି ହୋଇ
ଡଙ୍ଗାକୁ ଭସାଇ ମାତି ଯାଉଛନ୍ତି
ନାଚୁଛନ୍ତି ଥେଇଥେଇ।
ଖସରା ରାସ୍ତାରେ ସ୍କୁଲ ପିଲାଟି
ପଡି଼ଯାଇ କାଦୁଅରେ
କୁଆଡ଼କୁ ଯିବ ଭାବି ଚାଲୁଅଛି
ଆଖିରୁ ଲୋତକ ଝରେ।
ବରଷା ଆସିଲେ ରଙ୍ଗର ରୋଷଣୀ
ଏହିପରି ହୋଇଥାଏ
ତଥାପି ଏ ଦିନ ଭାରି ମଜା ଆହା
ୟା’ପରି ହୋଇବ କିଏ?

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତାଷଘଟଗାଁ କେନ୍ଦୁଝର

Share this :
Next Post

ଗୁରୁପୂର୍ଣ୍ଣିମା - ଜନ୍ମଜୟ ନାୟକ

  ଗରୁ ପଦରଜ କରେ ପାପ ନାଶ, ମୁକତିର ବୀଜ ଗୁରୁଙ୍କ ଆଶିଷ । ଗୁରୁ ପୂର୍ଣ୍ଣିମାରେ ଗୁରୁଙ୍କ ବନ୍ଦନା, କରିଣ ମିଳଇ ତାଙ୍କ କୃପା ସିନା। ଅମା ଅନ୍ଧକାରେ ଆଲୋକର ଶିଖା, ସାଜିଣ ଗୁରୁ ଦିଅନ୍ତି ଶିକ୍ଷା ଦୀକ୍ଷା । ଗୁରୁ ପରଂବ୍ରହ୍ମ ସାକ୍ଷାତ ଈଶ୍ୱର , ମୂର୍ଖ ଜ୍ଞାନୀ ସାଜେ ପାଇ ତାଙ୍କ ବର । ପ୍ରଥମ ଗୁରୁ ଅଟନ୍ତି ପିତାମାତା, ଚରିତ୍ର ଗଢନ୍ତି ସାଜିଣ ବିଧାତା। […]

Subscribe US Now