ଶ୍ରବଣ କୁମାର – ବିଜୟ ପଟ୍ଟନାୟକ

Views: 27
0 0
Read Time:1 Minute, 46 Second

ସକଳ ତୀର୍ଥ କୁ ବୁଲାଇବି ନେଇ

ପିତା ମାତା ଙ୍କୁ ମୋହର

ଦୁଇ କାନ୍ଧରେ ମୁ ଭାର କରିନେବି

ବସାଇ ତାର ଉପର

ସାର ତନୁ ଏଇ ମାନବ ଜୀବନ

ତାଙ୍କ ଆଶୀର୍ବାଦ ଫଳେ

ଜାଚିଦେଇଛନ୍ତି ସେ ମୋର ଜନକ

ଜନନୀ ମର୍ତ୍ତ୍ୟ ମଣ୍ଡଳେ

ସ୍ଥାବିର କାଳ ରେ ଶାହା ଏକା ସିନା

ସୂତା ସୁତ୍ ଙ୍କ ର ସେବା

ବାର୍ଦ୍ଧକ୍ୟ ବନ୍ଧନ ଅତି ନିଦାରୁଣ

ସହି କି ପାରିବୁ ଅବା

ଅଚଳ ତନୁ କୁ ସଚଳ କରିବ

ଏକା ପୁଅଟିଏ ଥିଲେ

ଧନ୍ୟ ସେ ସନ୍ତାନ ପିତା ମାତା ଙ୍କ ର

ସେବା ବ୍ରତୀ ରତ  ହେଲେ

ସେବା ବ୍ରତ ତୀର୍ଥ ତ୍ୟାଗ ଓ ଆଦର୍ଶ

ପିତା ମାତା ପାଦ ତଳେ

ପୁରାଣ  ବର୍ଣ୍ଣିତ ଶ୍ରବଣ କୁମାର୍

କେଟେ ଯଶ ଧରା ତଳେ

ବିଜୟ ପଟ୍ଟନାୟକ

ସାକ୍ଷୀଗୋପାଳ

Share this :
Next Post

ମାତୃଭାଷା - ନିବାଶ ନାୟକ

 ମୋ ମାତୃଭାଷା ଓଡ଼ିଆ ଭାଷା କେତେ ଯେ ସୁନ୍ଦର ଲାଗେ, ମୋ ମାତୃମାଟି ଭାରତ ମାଟି କେତେଯେ ମଧୁର ଲାଗେ…(୦) । ମୋ ସାହିତ୍ୟ ର କଳା ମାଧ୍ୟୁର୍ଯ୍ୟତା କେତେ ସମ୍ମାନ ରଖେ, କବି ଗଙ୍ଗାଧର ସହ କେତେକବି ସତେ ମାନରଖୀ ଭାଷା ଗଲେ….(୧) । ଏଈ ମୋର ମାତୃଭୂମି ମାତୃଭାଷା ରେ ଯେ ସତେ, ବାର ମାସେ ତେର ପରବ ଯେ ହୁଏ, ଆଉ ଧାନ ବିଲ ରେ […]

Subscribe US Now