ରାତ୍ରି ଅନ୍ଧକାରେ
ସରହଦ ପରେ
ସୈନିକ ଆମର ଠିଆ
କି ବରଷା ଶୀତ
ଆମରି ଶୁରକ୍ଷେ
ଛାଡ଼ି ତାଙ୍କ ବାପା ମାଆ।।୧।
ନିଜ ବାପା ମାଆ
ପର କରି ସିଏ
କରନ୍ତି ଦେଶର ସେବା
ସମସ୍ତେ କୁହନ୍ତି
ପାଗଳ ସେ ଅଟେ
ଆଉ କ’ଣ କୁହନ୍ତି ଅବା।।୨।
ବନ୍ଧୁ ପରିଜନ
ଆତ୍ମୀୟ ସ୍ୱଜନ
ଭୁଲି ଗଲୁ ବୋଲି କୁହନ୍ତି
ସମୟଯେ ନାହିଁ
ତାଙ୍କରି ପାଖରେ
ଏକଥା କେହି ନ ଭାବନ୍ତି।।୩।
ଯାହାବି ସମୟ
ମିଳିଯାଏ ତାକୁ
ତାହା ପରିବାର ପାଇଁକି
ସେ ସମୟ ତାକୁ
କଅମ ପଡଇ
ସବୁ ସିଏ ଭୁଲି ଯାଏନି।।୪।
ମନରେ ତାହାର
ଅନାବିଳ ସ୍ନେହ
ସମସ୍ତଙ୍କ ପାଇଁ ସମାନ
ସମସ୍ତଙ୍କୁ ଛାଡି
ପଡ଼ିଅଛି ସେଠି
ଏକଥା କଣ ଯାଣିନ।।୫।
ଛୁଟି ପାଇଁ କେତେ
ଅନାଇ ରୁହନ୍ତି
ଘରେ ପିଲାପିଲି ତାର
ପର୍ବପର୍ବାଣୀରେ
ଘରେ ନ ରହିଲେ
ମନଦୁଃଖ ବାପା ‘ମା’ର।।୬।
ସରହଦ ପରେ
ଏକୁଟିଆ ରହି
ଭୁଲିଗଲା ସବୁ ଦୁନିଆ
ଦେଶ ମାତୃକାର
ପ୍ରେମ ଆଜି ତାକୁ
କରିଛି କେତେ କିମିଆ।।୭।
ନିଜ ଜୀବନର
ଜଳାଞ୍ଜଳି ଦେଇ
ରକ୍ଷା କରେ ଆମ ଦେଶର
ସେଥିପାଇଁ ଆମେ
ଶାନ୍ତିରେ ଶୋଉଛେ
ଏତେ ବଳିଦାନ ତାହାର।।୮।
ଅମରଜିତ୍ ମଲ୍ଲିକ
ବଡମ୍ବା, କଟକ
Readers Interaction