ସକାଳ ମାଗୁଣି କାଳିଆକୁ – କଳ୍ପନା ରାୟ

Views: 35
2 0
Read Time:5 Minute, 33 Second

 

କେତେ ଯେ ସଂସାର ଉଚ୍ଛନ୍ନ କଲଣି
ତୋର ପରା ଚକାଡୋଳା
ସିନ୍ଦୂର ଯାଇଛି, ପୁଅ ହରାଇଛି
ବାର୍ଦ୍ଧକ୍ୟେ ଵୁଡୁଛି ଭେଳା
ଇୟେ କି ତୋହର ଖେଳା
ବୁଢ଼ା ବାପ କାନ୍ଧ ଶବକୁ ଟେକୁଛି
ଧନ୍ୟ ପ୍ରଭୁ ତୋର ଲୀଳା

ପାପ କେ କରୁଛି ଖୁସି ମନାଉଛି
ଭୋଗେ ତାକୁ ଆଉ କିଏ
ଅଦୃଶ୍ୟ ଭୁତାଣୁ ଆତଙ୍କ କରିଛି
ଘରେ ଘରେ ଦୁଃଖ ସିଏ
ବାରଣ କରିବ କିଏ
କେତେ ନାମୀ ଦାମୀ ମୁଣ୍ଡ ଗଡିଲାଣି
କି ଖେଳା କରିବ ଇୟେ

ସକାଳ ସୂରୁଜ ନୂଆ ଶକ୍ତି ଭରୁ
ଉଭେଇ ଯାଉ ତ ରୋଗ
କରି କରାଉ ତୁ ଭେଳିକି କରୁଛୁ
ଡାକୁଛି ଭକତ ଦେଖ
ଆହେ ପ୍ରଭୁ କଳା ମୁଖ
ତୋର ଭକ୍ତ ଯଦି ଦୋଷ କଲା ପ୍ରଭୁ
କ୍ଷମା କର ପଦ୍ମପାଦ

ଗାୟକ ଯାଉଛି ନାୟକ ଯାଉଛି
ସଂସାର ଭରିଲା ଦୁଃଖେ
ପୋଷିଲା ପାଳିଲା ପୁଅ ହରାଉଛି
ବିମୁଖ ହେଲା ବାର୍ଦ୍ଧକ୍ୟେ
ଡ଼ାକି ଡ଼ାକି ତଣ୍ଟି ଶୁଖେ
ବର୍ଷ ବର୍ଷ ହେଲା ଚିନ୍ତାରେ ମରୁଛି
ଚକାଆଖି ଟିକେ ଦେଖେ

ଭାଇଭଉଣୀ ଧରି ରଥଯାତ୍ରାରେ
ଭକ୍ତ ଶୂନ୍ୟ ହୋଇ ଗଲୁ
କି ଭଲ ଲାଗିଲା କହ କାଳିଆରେ
ସଂସାର ଉଚ୍ଛନ୍ନ କଲୁ
ହସି ହସି ତୁ ଫେରିଲୁ
ଭକ୍ତ ଏଠି ଭାସେ ଦୁଃଖ ଦରିଆରେ
କି ଦୋଷେ ଏ ଦଶା ଦେଲୁ

ଆହେ ଦାରୁବ୍ରହ୍ମ ଦାରୁ କି ହୋଇଲୁ
ଶଵ ବି କାନ୍ଦୁଛି ଆଜି
ହେ ଦାରୁମୂରତି ସବୁ କରିପାରୁ
ଭକତ ସହି ପାରୁନି
ଦୁଃଖ ଦେଉ ପୁଣି ପୁଣି
କେତେ ଦୁଃଖ ଦେଇ ପରକ୍ଷିବୁ ଆଉ
କାହିଁକି ରହିଛୁ ତୂନି

ପୁତ୍ରହରା ହୋଇ ରାଜା ଦଶରଥ
ପ୍ରାଣବନ୍ଧୁ ପ୍ରାଣ ଦେଲେ
ଵିଧଵା କୁନ୍ତୀଙ୍କ ଦେଖିଛୁ ତୁ ଦୁଃଖ
ଶ୍ରୀକୃଷ୍ଣ ତ ସାଥେ ଥିଲେ
ପିତୃରାଜ୍ୟ ନ ପାଇଲେ
ସୂଚ୍ୟଗ୍ର ମେଦିନୀ ପାଇଁ ଦୂର୍ଯ୍ୟୋଧନ
କୁରୁକ୍ଷେତ୍ର ଯୁଦ୍ଧ କଲେ

ଆଜିର ସଂସାର ଜଞ୍ଜାଳେ ଭରିଲ
ପାପ ମୁକ୍ତ କଲ ନାହିଁ
ଦୁଃଖ ପରେ ତୁମେ ଦୁଃଖକୁ ଖଞ୍ଜିଲ
ପୁତ୍ର କାନ୍ଦେ ପିତା ପାଇଁ
ଗଜାକୁ ବାଛୁଛ କାହିଁ
ବାର୍ଦ୍ଧକ୍ୟ ଭେଦୁଛି ଗାନ୍ଧାରୀଙ୍କ ଲୁହ
ଯିଏ ଦୋଷ କରି ନାହିଁ

କେତେ ଦୁଃଖ ଦେବୁ ଆହେ ମହାବାହୁ
ଭାଇଭଉଣୀ ସାଙ୍ଗରେ
ସହି ହେଉନାହିଁ ଏହି ସଂସାରକୁ
ନିଦ ଭାଙ୍ଗୁ କାଳିଆରେ
ଷାଠିଏ ପଉଟି ହସିହସି ଖାଉ
କେଉଁ ସେବା ନ ପାଉରେ

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

Share this :
Next Post

BITTER MEMORIES - Dr.Prasana Kumar Dalai

I can’t hold to my past. Can’t run away back of time. Holding on to the memories. Just let me into your life. Let me tear down the world for you. That is keeping the heart of you. Let your heart learn to trust in me. Make a place one […]

Subscribe US Now