ତୁମ ଅପେକ୍ଷାରେ – ସୋନାଲି ସ୍ବପ୍ନା ପାତ୍ର

Views: 42
2 0
Read Time:4 Minute, 14 Second

 

ତୁମରି ଅପେକ୍ଷାରେ ମୁଁ
ନିସ୍ତବ୍ଧ ହୋଇଯାଇଛି,
ଛାତିର ସ୍ପନ୍ଦନ ସତେ ଯେମିତି
ଅଟକି ଯାଇଛି ।
ମନର ବେଦନାକୁ
କେତେଯେ ଆଉ ବୁକୁ ତଳେ
ଚାପି ରଖିବି,
ଧିରେ ଧିରେ ଭସ୍ମ ହେଲା ଭଳି ମଧ୍ୟ
ଅନୁଭବ କଲିଣି ।
ତଥାପି ତୁମ ଅପେକ୍ଷାରେ……

ତୁମେ ଫେରିଆସି ଫୁଟୁଥିବା
ଫୁଲକୁ ଆପଣେଇ ନିଅ,
ତୁମ ସ୍ପର୍ଶରେ ନୂତନ ଜୀବନର
ଦିଗ ଦେଖାଇଦିଅ ।
ଆଉ ଜଳି ଜଳି ଶେଷ ପ୍ରାନ୍ତରେ
ପହଞ୍ଚିଥିବା ନିଆଁରେ ତୁମେ
ଭଲ ପାଇବାର ମିଛ ଆଶ୍ଵାସନା ଭାରି
ପ୍ରଶମିତ କରିଦିଅ ।

ପରିଶେଷରେ ମୋର ଏତିକି ଅନୁରୋଧ..
ତୁମର ସେହି ଜାଙ୍ଗୁଳ ଭରା ମନକୁ
ଟିକେ ଦୁରେଇ ପଛକୁ ଚାହିଁବ,
ତାମସାଛନ୍ନ ଅତୀତ ତୁମକୁ
ସବୁର ଠିକ୍ ଠିକ୍ ଉତ୍ତର ଦେଇପାରିବ ।

ଭୁଲ୍ ଠିକ୍ ର ହିସାବ ସବୁ ତୁମ ଦପ୍ତର କାଗଜରେ
ଲେଖି ନେଇ ପରଖି ନେଵ ।
ଅତୀତର ଭୁଲ୍ ଭାବନାକୁ ଫେଡିବାକୁ
ଚେଷ୍ଟା କରିବ,
ମନର କ୍ରୋଧକୁ ଭଲ ପାଇବା ସହ ଯୋଡ଼ି
ସାଧା କାଗଜରେ ମିଛ ରଙ୍ଗରେ ରଙ୍ଗେଇ
ତନ୍ନ ତନ୍ନ କରି ହିସାବ କରିବ ।

ସଂପୂର୍ଣ୍ଣ ବିବରଣୀକୁ ଲେଖିବା ପୂର୍ବରୁ
ମୋ ମନରେ କୁହୁଳୁଥିବା ପ୍ରକୋପକୁ
ଥରେ ଦେଖିବ ,
ଆଉ ସବୁର ଖବର ଜାଣିବା ପରେ
ତୁମେ ପୁଣି ଫେରି ଆସିବ ମୋ ଅଗଣାକୁ…
ପୋଡ଼ି ହୋଇଯାଇଥିବା ମନର
ପାଉଁଶକୁ ନେଇ ତୋଳିବାକୁ
ଚେଷ୍ଟା କରିବା ଆମ ସ୍ୱପ୍ନର ମହଲ,
ଗୋଲାପ ଗୁଚ୍ଛ ସହ କିଛି ଚନ୍ଦନ
ଆଉ କେଇ ଟୋପା ସିନ୍ଦୂର ସହ
ସଜେଇ ଦେବ ମୋର ନିରବି ଯାଇଥିବା
ଶରୀରକୁ……

ଆଉ କାନ ଡେରି ତୁମ ଅପେକ୍ଷାର
କାହାଣୀକୁ ଶୁଣିବାକୁ ଧର୍ଯ୍ୟର ସହ
ଛାତିରେ ମୁଣ୍ଡ ଦେଇ କେଇ ମୁହୂର୍ତ୍ତ
ଲୋଟି ପଡ଼ିବ ମୋ ଉପରେ ।

କାରଣ!!
ତୁମରି ଅପେକ୍ଷାରେ ଆଜି ମୁଁ…….

ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା,କଟକ

Share this :
Next Post

ଶ୍ରୀକ୍ଷେତ୍ରେ ପ୍ରୀତି ଝଂଙ୍କାର - ସେହ୍ନପ୍ରଭା ମୁନି

  ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ, ଦେଖିବାକୁ ଯିବି ତାଙ୍କୁ ନେତ୍ରେ ମୁଁ ଥରେ. ମହାବାହୁ ଟେକିଛନ୍ତି ଭକତଙ୍କୁ ଡାକୁଛନ୍ତି, ପଚାରି ବୁଝନ୍ତି ଦୁଃଖ କେଡେ ଶ୍ରଦ୍ଧାରେ. ରତ୍ନ ଆସନ ରେ ବସି ଚାହିଁଛନ୍ତି ଦିବାନିସି, ପଲକ ପକାନ୍ତି ନାହିଁ ସେଇ ଆଖିରେ. ଚକା ଚକା ଦୁଇ ଆଖି ଭାରି ଶୋଭା ଦିଶୁଅଛି, ଥରେ ଚାହିଁ ଦେଲେ ଭୁଲି ହୁଏନି ବାରେ. ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ […]

Subscribe US Now