ଶ୍ରୀକ୍ଷେତ୍ରେ ପ୍ରୀତି ଝଂଙ୍କାର – ସେହ୍ନପ୍ରଭା ମୁନି

Views: 53
3 0
Read Time:5 Minute, 16 Second

 

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ,
ଦେଖିବାକୁ ଯିବି ତାଙ୍କୁ ନେତ୍ରେ ମୁଁ ଥରେ.

ମହାବାହୁ ଟେକିଛନ୍ତି ଭକତଙ୍କୁ ଡାକୁଛନ୍ତି,
ପଚାରି ବୁଝନ୍ତି ଦୁଃଖ କେଡେ ଶ୍ରଦ୍ଧାରେ.

ରତ୍ନ ଆସନ ରେ ବସି ଚାହିଁଛନ୍ତି ଦିବାନିସି,
ପଲକ ପକାନ୍ତି ନାହିଁ ସେଇ ଆଖିରେ.

ଚକା ଚକା ଦୁଇ ଆଖି ଭାରି ଶୋଭା ଦିଶୁଅଛି,
ଥରେ ଚାହିଁ ଦେଲେ ଭୁଲି ହୁଏନି ବାରେ.

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ !!

ଦାରୁ ବ୍ରହ୍ମ ସେ ମୁରତି ଦାଉ ଦାଉ ଲାଗୁଛନ୍ତି,
ପାଖକୁ ଯାଇ ହୁଏନା ତାଙ୍କ ତେଜରେ.

କୋଟି ସୂର୍ଯ୍ୟ ଠାରୁ ତେଜ ସେଇ ପରା ଗ୍ରହ ରାଜ,
ସବୁ ଗ୍ରହ ହଟିଯାନ୍ତି ତାଙ୍କ କଥାରେ.

କେତେ କଥା ହଉଥାନ୍ତି ସବୁ ପଚାରି ବୁଝନ୍ତି,
ଦୁଃଖୀ ଦୁଃଖ କହିଥାନ୍ତି ତାଙ୍କ ପାଖରେ.

ତାଙ୍କ ପରି ଜଣେ ସାଥି ଖୋଜିଲେ ନ ମିଳିଥାନ୍ତି,
ନ ଖୋଜିଲେ ମିଳିଥାନ୍ତି ଭକତୀ ଥିଲେ.

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ !!

ତାଙ୍କ ଦେହ ରଙ୍ଗ କଳା
ଦେଖି ମୁଁ ହୁଏ ବାଉଳା,
କଳା ମେଘ ଠାରୁ ସିଏ ଆହୁରି କଳା.

ହେବ ନାହିଁ କେବେ ଗୋରା
କେତେ ଚନ୍ଦନ ମାଖିଲା,
ଚନ୍ଦନ ପାଣିରେ ଗୋପୀ କରି ନ ପାରିଲେ ଗୋରା.

ସେ କଳାଠୁ ଥିଲେ ଦୁରେ
ରାଧା ରାଣୀ ମନେ ଝୁରେ,
କାନ୍ଦି କାନ୍ଦି ସେ କାହ୍ନୁକୁ
ଖୋଜେ ଆକୁଳେ.

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ !!

କମଳିନୀ ଶୋଭାପାଆନ୍ତି ଶିରିମନ୍ଦିରେ,
ଷାଠିଏ ପଉଟି ପରସନ୍ତି ମହାନନ୍ଦ ରେ.

ତଥାପି ରାଧୀକା ରାଣୀ ତୁମ ମନ ନିଏ କିଣି,
କି ମନ୍ତ୍ର କରେ ରାଧୀକା ତୁମ କର୍ଣ ରେ.

କହିପାରିବକି ସତ ଆହେ ପ୍ରଭୁ ଜଗନ୍ନାଥ,
ମିଛ କେତେ ସତ କେତେ ଭକ୍ତ ଆଗରେ.

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ !!

ଶିରିକ୍ଷେତ୍ର ଯିବି ଥରେ ଦେଖିବି ତୁମକୁ ନେତ୍ରେ,
ରତ୍ନ ଆସନେ ବସିଛ କାହା କଥା ରେ.

ପିତାମ୍ବର ପାଟ ପିନ୍ଧି ପାଦରେ ନୁପୁର ବାନ୍ଧି,
ରୁଣୁଝୁଣୁ ଶବଦ ରେ ମୋ ମନ ହରେ.

ଅପଲକ ନେତ୍ରେ ଚାହିଁ ଡାକନ୍ତି ଆସଗୋ ସହି,
ତୁମ ବିନା ଏକା ମୁଁତ ରହି ନପାରେ.

ସଞ୍ଜ ଆସେ ସରି ସରି ରାତ୍ର ଆସେ ଥିରି ଥିରି,
ମୋ ମନ ପ୍ରୀତି ପିୟୁଷ ତୁମକୁ ଝୁରେ.

ମୋ ବନ୍ଧୁ ଅଛନ୍ତି ପରା ଶିରିକ୍ଷେତ୍ରରେ !!

ସେହ୍ନପ୍ରଭା ମୁନି

Share this :

Average Rating

5 Star
100%
4 Star
0%
3 Star
0%
2 Star
0%
1 Star
0%

2 thoughts on “ଶ୍ରୀକ୍ଷେତ୍ରେ ପ୍ରୀତି ଝଂଙ୍କାର – ସେହ୍ନପ୍ରଭା ମୁନି

Comments are closed.

Next Post

ବିରହ ବ୍ଯଥା - ସନ୍ଦିପା ଦଳାଇ

  ନୂଆ ଏକ ରଙ୍ଗ ନେଇ ଆସିଥିଲ ମୋର ଏହି ଜୀବନରେ ଆଜି ସେହି ରଙ୍ଗ ଫିକା ପଡିଗଲା ତୁମେ ଫେରି ଯିବା ପରେ !! ଦେଇଥିଲ କଥା ଚାଲୁଥିବ ସାଥେ ହାତ ରଖି ମୋର ହାତେ ଅଧା ବାଟେ ଆଜି କରି ଦେଲ ଏକା ଭୂଲି ପ୍ରତିଶୃତି ଯେତେ !! କଥା ଦେଇ ତୁମେ ରଖିଲନି କଥା ଭାଙ୍ଗି ଦେଲ ହୃଦୟକୁ ପ୍ରତାରଣା ଯଦି ଥିଲା ତୁମ ମନେ […]

Subscribe US Now