ବିରହ ବ୍ଯଥା – ସନ୍ଦିପା ଦଳାଇ

Views: 42
2 0
Read Time:1 Minute, 59 Second

 

ନୂଆ ଏକ ରଙ୍ଗ ନେଇ ଆସିଥିଲ
ମୋର ଏହି ଜୀବନରେ
ଆଜି ସେହି ରଙ୍ଗ ଫିକା ପଡିଗଲା
ତୁମେ ଫେରି ଯିବା ପରେ !!

ଦେଇଥିଲ କଥା ଚାଲୁଥିବ ସାଥେ
ହାତ ରଖି ମୋର ହାତେ
ଅଧା ବାଟେ ଆଜି କରି ଦେଲ ଏକା
ଭୂଲି ପ୍ରତିଶୃତି ଯେତେ !!

କଥା ଦେଇ ତୁମେ ରଖିଲନି କଥା
ଭାଙ୍ଗି ଦେଲ ହୃଦୟକୁ
ପ୍ରତାରଣା ଯଦି ଥିଲା ତୁମ ମନେ
କାହିଁ ବଢାଇଲ ସମ୍ପର୍କକୁ !!

ଲୁହ ହୋଇ ଝରେ ତୁମ ପ୍ରତାରଣା
ଆଖିରେ ତମସା ଲେପି
ଛାତି ତଳେ କୋହ ପ୍ରଳୟ ରଚଇ
ଲହୁ ଛିଟା ଯାଏ ଛାପି !!

ଅନାମନା ଆଜି ଯାଉଅଛି ହୋଇ
ଭାବି ଦେଲେ ତୁମ କଥା
ଅନ୍ଧାର ଉଆସେ ବିତାଏ ମୁଁ ଦିନ
ସହି ବିରହର ବ୍ଯଥା !!

ମନର କୋହରେ ଜାଳେ ସବୁ ସ୍ମୃତୀ
ବିରହ ଜୁଇରେ ବସି
ସେହି ନିଆଁ ଆଜି ସର୍ବାଙ୍ଗ ଜାଳୁଛି
ଶରୀରକୁ ମୋର ଆସି !!

ସନ୍ଦିପା ଦଳାଇ

ଓଡମ୍ବା,ଗୋପ,ପୁରୀ

Share this :
Next Post

A MOMENT MORE!- Dr.Prasana Kumar Dalai

A MOMENT MORE! We can share our love to infinity. Every moments of a day. Each day seems a million year. We live the way. To a joy beyond compare. I don’t care tell me when will you be mine. We can share a love devine. I don’t regret,if you […]

Subscribe US Now