ଗଣତନ୍ତ୍ର(୨୦)- ସଦାଶିବ ଶ୍ରୀଚନ୍ଦନ

Views: 18
0 0
Read Time:2 Minute, 32 Second

ମୁଁ ଜଣେ କ୍ରାନ୍ତି କବି ଦୁନିଆଁ ଦାଣ୍ଡରେ
ମଣିଷର ଚିତ୍ର ଆଙ୍କି କାଳି କଲମରେ
ପଦ୍ୟ୍ ମୋର ସ୍ନିଗ୍ଧ ନୁହେଁ ରଗଂହୀନ ତୂଳୀ
ଭାଷା ମୋର ଅତି ମନ୍ଦ ଵନ୍ଧୁକର ଗୁଳି ।
ଅସୀ ଶାଣିତ କଲମ କାଳି ମୋ ରକତ
ଆଦରର ଭାଷା ଗାଳି କଣ୍ଠରୁ ବ୍ୟକତ
ଓସାରିଆ ଛାତିଚିରି କାଢିଛି କଵିତା
ହଳାହଳ ବିଷ ଢୋକି ପ୍ରଳୟର କର୍ତ୍ତା ।
ଦୁଷ୍ଟ ମୋର ପରିଵେଶ ଦାଣ୍ଡ ଡି ଆଁ ଘର
ସ୍ଥିତି ମୋର କ୍ରୁଶବିଦ୍ଧ ଅସହିଷ୍ଣୁ ପଡୋଶୀ
ଜୀବାଣୁର ଵଂଶ ଵଢେ ଵିଷ ନିଃଶ୍ବାସରେ
ବଂଚିବାର ଆଶା କ୍ଷୀଣ ସୁସ୍ଥ ପ୍ରାଣ ନେଇ ।
ଆକାଶକୁ ଯିଵା ମନା ପାତାଳକୁ ଗତି
ପୃଥିଵୀରେ ଭାସମାନ ଅଟେ ମୋର ସ୍ଥିତି
ବଞ୍ଚିବାର ନାହିଁ କିଛି ରୂପ ଗୁଣ ସ୍ୱାଦ
ଦୁଷ୍ଟ ମୋର ତୁଣ୍ଡ ଗାଏ ସୃଷ୍ଟି ନାଶ ଵେଦ ।
ସୃଷ୍ଟିଛଡା ଜୀବ ମୋର ବାସନା ଆଜି ମନ୍ଦ
ପାଟି ଖାଲି ଗାଳେ ଗାଳି ଆଁଇଷିଆ ଗନ୍ଧ
ରକ୍ତଵହୁ ନଦୀପରି ନଦୀ ଯାଉ ବଢି
ଶବପରେ ଵସି ଧ୍ଵଂସ ଗୀତ ଯିବି ପଢି ।

ସଦାଶିବ ଶ୍ରୀଚନ୍ଦନ

Share this :
Next Post

ଲାସ୍ଯମୟୀ କାଶ - ବେଣୁଧର ସୂତାର

ଶାରଦ ଆକାଶେ ଶାରଦୀୟ ଜହ୍ନ ଧରଣୀରେ ମଧୁ ରାତି ପ୍ରତୀରେ କେଦାରେ ଫୁଟିଅଛୁକାଶ ତୁଷାର ଧବଳ ଜ୍ୟୋତି ।। ଶ୍ୟାମକୁଞ୍ଜେ ତୋର ଶ୍ବେତ ତନୁ ଶୋଭା ଆହା କେଡ଼େ ସମୁଜ୍ଜୋଳ ସୁନୀଳ ଅମ୍ବରେ ଶୁଭ୍ରକାଦମ୍ବିନୀ ଶୋଭେ ଯେହ୍ନେ ମାଳ ମାଳ ।। ଜୋଛନା ଝରୁଛି ଶିରିଶିରି ଆହା ଶିଶିର ଭିଜାଏ ଦେହ ଛୁଇଁ ଛୁଇଁ ଯାଏ ନବନୀତ ତନୁ ଅମାନିଆ ଗନ୍ଧବହ ।। ସଜାଇ ଦେଇଛୁ ରୂପର ପସରା ରୂପ […]

Subscribe US Now