ଭାରି ମନେ ପଡ଼େ ସେହି ପିଲାଦିନ,
ଏକା ଏକା ବସି ଯେବେ ମୁଁ ସୁମରେ,
ମା କୋଳରେ ବିତି ଯାଇଥିବା
ସେହି ଅଭୁଲା ଦିନ,
ଭାରି ମନେ ପଡ଼େ ସେହି ପିଲାଦିନ!
ସଖାଳୁ ମା ଡାକ ଶୁଣି ଫିଟୁଥିଲା ଆଖି,
କର୍ପୁର ଚନ୍ଦନ ଧୂପକାଠି ବାସ୍ନା ରେ,
ବାପା କରୁଥିଲେ ନୀତି କଲ୍ୟାଣ,
ଭାରି ମନେ ପଡ଼େ ସେହି ପିଲାଦିନ!
ଜେଜେ ମା’ର କୋଳେ ମୁଣ୍ଡ ରଖି,
ଶୁଣୁଥିଲି କେତେଯେ ନୂଆ ନୂଆ ଗପ,
ଜଣା ପଡ଼େନା ବିତି ଯାଉଥିଲା କେତେ ଯେ ରାତି ଦିନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଜେଜେ ବାପାଙ୍କ ହାତକୁ ଧରି,
ବୁଲିବାକୁ ଯାଇଛି କେତେ ଯେ ଦୂର,
ଅନ୍ତିମ ଠିକଣା ସେହି ଗାଁ ଦୋକାନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଦାଦା ଖୁଡ଼ିଙ୍କ ଗେଲ ଭିତରେ,
ଜାଣି ପାରେନା କିଏ ନିଜ କିଏ ପର,
ଭଲ ପାଇବା ଯେଉଁଠି ଥିଲା ସ୍ୱାର୍ଥହୀନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଭାଇ ଭଉଣୀ ସବୁ ଖୁସିରେ ମିଶି,
ଗୋଟେ ଥାଳି ରେ ଖାଉଥିଲୁ ବସି,
ଜାଣୁନଥିଲୁ କିଏ ରାଗ କିଏ ଲୁଣ,
ଭାରି ମନେ ପଡ଼େ ସେହି ପିଲାଦିନ!
ମାମୁ ଘର ଥିଲା ଅପୂର୍ବ ରାଇଜ,
ଛୁଟିରେ ଯାଇ କରୁଥିଲୁ କେତେ ମଉଜ,
ଅଜା ଆଇ ଶୁଣୁଥିଲେ ସବୁକଥା ଦେଇ ମନ,
ଭାରି ମନେ ପଡ଼େ ସେହି ପିଲାଦିନ!
ସାଙ୍ଗ ସାଥି ମେଳ ହୋଇ ଏକାଠି,
ଖେଳୁଥିଲୁ କେତେ ରଜ ଦୋଳି,
ସଭିଏଁ କରୁଥିଲେ ନିଜର ଦେଇ ଖଣ୍ଡେ ପାନ,
ଭାରି ମନେ ପଡ଼େ ସେହି ପିଲାଦିନ!
କେତେ ପୂଜା ପର୍ବ ପାଳୁଥିଲୁ,
ଜାଗର ଜନ୍ମାଷ୍ଟମୀ ତଅପୋଇ ଦୁର୍ଗା ମେଢ଼,
ବିଦ୍ୟାଦାତ୍ରୀ ଓ ଗଣେଶଙ୍କୁ କରୁଥିଲୁ ହରଷେ ବନ୍ଦନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଗାଁ ଆମ୍ବ ତୋଟା ରେ ଲୁଚି ଆମ୍ବ ଖାଉଥିଲୁ,
ସବୁଜିମା ଭରା ମନୋରମ ଦୃଶ୍ୟ ଉପଭୋଗ କରୁଥିଲୁ,
ପ୍ରତି ଘର ବାରି ଯୋଉଠି ଥିଲା ରମ୍ୟ ଉପବନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଆଜି ଅଛି ଭଲ ଘର କିନ୍ତୁ ସବୁ ଅଲଗା,
ଦି ପ୍ରାଣୀ ଚଳିବାକୁ ବି ଅଣ୍ଟୁନି ଜାଗା,
ସବୁ ଥାଇ ବି ଜୀବନ ଲାଗୁଚି ଶୂନ୍ୟ,
ଭାରି ମନେ ପଡ଼େ ସେହି ପିଲାଦିନ!
ମଣିଷ ଏବେ ନୂଆକରି ମେସିନ ସାଜିଛି,
କାମ ବେଶୀ ପଇସା ବେଶୀ ନାହିଁ ଜମା ଫୁରସତ,
ସମ୍ପର୍କ ଓ ସ୍ନେହ-ମମତା ଆଜି ସବୁ ମୂଲ୍ୟହୀନ,
ଭାରି ମନେ ପଡ଼େ ସେହି ପିଲାଦିନ!
ସତେ କି ସମୟ ଚକା ପାରନ୍ତା ଘୁରି,
ବୟସ ମୋର ପୁଣି ଯାଆନ୍ତା କି ଫେରି,
ସ୍ମୃତି ସବୁକୁ ସାଉଁଟି କରନ୍ତି ଥରେ ଆଲିଙ୍ଗନ,
ଫେରି ଆସନ୍ତା କି ମୋ ପିଲାଦିନ,
ଭାରି ମନେ ପଡ଼େ ସେହି ପିଲାଦିନ!
ଭାରି ମନେ ପଡ଼େ ସେହି ପିଲାଦିନ!
ଭାରି ମନେ ପଡ଼େ ସେହି ପିଲାଦିନ!
ପ୍ରୀତି ମହାପାତ୍ର
ରାଇଘର
ନବରଙ୍ଗପୁର
Readers Interaction