ଶାରଦ ଆକାଶେ ଶାରଦୀୟ ଜହ୍ନ
ଧରଣୀରେ ମଧୁ ରାତି
ପ୍ରତୀରେ କେଦାରେ ଫୁଟିଅଛୁକାଶ
ତୁଷାର ଧବଳ ଜ୍ୟୋତି ।।
ଶ୍ୟାମକୁଞ୍ଜେ ତୋର
ଶ୍ବେତ ତନୁ ଶୋଭା
ଆହା କେଡ଼େ ସମୁଜ୍ଜୋଳ
ସୁନୀଳ ଅମ୍ବରେ ଶୁଭ୍ରକାଦମ୍ବିନୀ
ଶୋଭେ ଯେହ୍ନେ ମାଳ ମାଳ ।।
ଜୋଛନା ଝରୁଛି ଶିରିଶିରି ଆହା
ଶିଶିର ଭିଜାଏ ଦେହ
ଛୁଇଁ ଛୁଇଁ ଯାଏ ନବନୀତ ତନୁ
ଅମାନିଆ ଗନ୍ଧବହ ।।
ସଜାଇ ଦେଇଛୁ ରୂପର ପସରା
ରୂପ ରାଇଜର ପରୀ
ତୋତେ ଘେନିସଙ୍ଗେ
ନାଚେ ନବରଙ୍ଗେ
ଶାରଦୀୟ ବିଭାବରୀ ।।
ଦୁଗ୍ଧ ଫେନନିଭ ସୌନ୍ଦର୍ଯ୍ୟ ବିଭବ
ସୁଷମା ହୀରକ ଖଣି
ମୁଗ୍ଧ ମଧୁର ଶୋଭାରେ ବିଭୋର
ଦେବାସୁର ଧରା ପ୍ରାଣୀ ।।
ଓହ୍ଲାଇ ଆସନ୍ତି ଅମରୁ ଅମରୀ
ଅଳକା ବିଭବ ତେଜି
ଦରଶନ ପାଇଁ ତୋରୂପ ମାଧୁରୀ
ସ୍ବପ୍ନିଳ ସୁଷମା ରାଜି ।।
ସ୍ନିଗ୍ଧ ରୁଚିର ଶିଖାରେ ତୋହର
ଚାନ୍ଦ ର ଜୋଛନା ଝରି
ତୋଶୋଭାନିକଟେ ସ୍ବର୍ଗପାରିଜାତ
ହେବକିବା ସମସରି ।।
ଭୁଲି ଶଚୀ ପ୍ରୀତି ଦେବ ବଳାରାତି
ତୋ ରୂପରେ ହୋଇ ବଶ
ଜ୍ୟୋତ୍ସ୍ନା ରଜନୀରେ ସ୍ବପୁରୁଓହ୍ଲାଇ
ତୋପୁରେ ଆସନ୍ତି କାଶ ।।
ବଳାହକ କୁଳ ଉଡ଼ି ଦଳ ଦଳ
ସଜାନ୍ତି ତୋରଣ ମାଳା
ଗଙ୍ଗଶିଉଳିର ବାସ୍ନାରେ ପୁଲକେ
ଶାରଦୀୟ ରଙ୍ଗଶାଳା ।।
ନବୀନ ବୟସୀ ନବବଧୂ ବେଶୀ
ଲାସ୍ୟ ହାସ୍ୟମୟୀ କାଶ
ବିରଳ ଉପମା ତୋସୃଷ୍ଟି ସୁଷମା
ଚାରୁମୟ ଇତିହାସ ।।
ଜନମନ ତୋଷୁ ରୂପର ଆଶ୍ଳେଷେ
ନାହିଁ ମଧୁ ମକରନ୍ଦ
ନାହିଁ ପ୍ରୀତିଛନ୍ଦ ନଲୋଡେ ଅଳିନ୍ଦ
ନାହିଁ ତୋ ସୁରଭି ଗନ୍ଧ ।।
ନିରେଖିଦେଖଇ ତୋତେମୁହିଁ କାଶ
ପାଇଗଲେ ଅବକାଶ
ତୋ ସୁନ୍ଦର ତୃପ୍ତି ନଲିଭେ ମାନସୁ
ମଧୁମୟ ପରିତୋଷ ।।
ରୂପାକାଶେ କାଶ ଅପୂର୍ବ ଅବଶ୍ୟ
ଶ୍ବେତମୟୀ କାଶତଣ୍ଡି
ରୂପ ନଗରୀର ଚାରୁ ରୂପମୟୀ
ହୃଦୟ ପାରିଛୁ ମଣ୍ଡି ।।
ବେଣୁଧର ସୂତାର
କେଶଦୁରାପାଳ
କେନ୍ଦୁଝର
Readers Interaction