Read Time:1 Minute, 39 Second
ନୁହେଁ କବି ନୁହେଁ ଲେଖକ,
ମୁଁ ଅଜ୍ଞାନ ବାଳକ |
ଯାହାମୋ ହୃଦୟରେ ଆସେ,
ବସି ମୁହିଁତ ଲେଖେ |
ପ୍ରଭୁଙ୍କର କୃପା ହୋଇଛି,
କାଗଜରେ ଲେଖୁଛି |
ଜାଣେନାହିଁ କେତେ ଯେ ଭଲ,
ସତେ ନୁହଇଁ ମୁଲ୍ୟ |
ଅବା ଅଟେ କେତେ ଖରାପ,
ମନେ ଭରିଛି ପାପ |
ସବୁବେଳେ ମୁହିଁ ଡାକୁଛି,
ପ୍ରଭୁ କୃପା ଲଭୁଛି |
ମୋ ଲେଖା ନ ଲାଗୁ ଦୁଃଖ,
ଅବା ନଦେଉ କଷ୍ଟ |
ଖୁସି ଭରୁ ସଭିଙ୍କ ମନେ,
ଏତିକି ଖାଲି ଜାଣେ |
ଅଜାଣତେ ପାଏକେ ଦୁଃଖ,
କ୍ଷମା ମାଗେ ମୁହିଁତ |
ମନେ ମୋହର ସଦଭାବ,
ଦେଉଥିବ ମାଧବ |
କରଯୋଡି କରେ ବିନତି,
ତୁମ୍ଭେ ଦେବ ଶକତି |
ଦୋଷ ନଧର କରେ ଅଳି,
ପ୍ରଭୁ ହେ ବନମାଳୀ |
ଶ୍ରୀ ମିଥୁନ୍ ନାଏକ
କନ୍ଧବେରେଣୀ, ତାଳଚେର
ଅନୁଗୋଳ
Readers Interaction