ଗୁହାରି ଶୁଣ ଭଗବାନ(ଶିଶୁ କବିତା) – ଡ.ପ୍ରିୟମ୍ବଦା ସାମଲ

Views: 31
0 0
Read Time:2 Minute, 27 Second

ଟିକି ହାତଯୋଡି ପ୍ରଣାମ କରୁଛି
ଛୋଟ ଛୋଟ ଅଳି କରି
ମୋର ନିବେଦନ ଶୁଣିବନା ପ୍ରଭୁ
କରୁଛି ଟିକେ ଗୁହାରି।
ମୋର ପିତାମାତା ସରଗଠୁ ବଡ
ମାନିବି ମୁଁ ତାଙ୍କ କଥା
ଜ୍ଞାନଦାତା ପରା ପ୍ରିୟ ଗୁରୁ ମୋର
ଶୁଣିବି ମୁଁ ତାଙ୍କ ବାର୍ତ୍ତା।
କରିବିନି ହେଳା କାମରେ ମୁଁ କେବେ
ନିୟମରେ ରହିଥିବି
ମିଠା କଥା କହି ମନ ମୋହୁଥିବି
ସର୍ବଜନ ପ୍ରିୟ ହେବି।
ଗୁରୁ ଜନେ ଭକ୍ତି ଲଘୁ ଜନେ ପ୍ରୀତି
କରିବି ସଦା ସର୍ବଦା
ଗଛଲତା ପଶୁପକ୍ଷୀଙ୍କୁ ଆଦର
ରଖିଥିବି ଧ୍ଯାନ ସଦା।
ଦୁଃଖୀ ଜନ ଦେଖି ଦୟାଳୁ ହୋଇବି
କରୁଥିବି ସହାୟତା
ନୀତିକଥା ଶୁଣି ମନକୁ ମୋ ପ୍ରଭୁ
କରୁଥିବି ପ୍ରଫୁଲ୍ଲିତା।
ତୁମ ପାଇଁ ନିତି ଫୁଲ ତୋଳି ଆଣି
ମନ ରଖିଥିବି ଧର୍ମେ
ରାଗିବିନି କେବେ ଶିଖିବି ମୁଁ ନିଶ୍ଚେ
ଭୁଲ୍ ଥିଲେ ମୋର କର୍ମେ।
ଟିକି ମନ ମୋର ନିବେଦନ କରେ
ଟିକି ଟିକି ଆଶା ନେଇ
ନିରାଶା ନକରି ମୋ ମନର ଆଶା
ପୁରା କର ଭାବଗ୍ରାହୀ।

ଡ.ପ୍ରିୟମ୍ବଦା ସାମଲ
ପାରଳାଖେମୁଣ୍ଡି ,ଗଜପତି।

Share this :
Next Post

ଶୂନ୍ଯ - ଡ.ଲକ୍ଷ୍ମୀକାନ୍ତ ଦାଶ

  ଶୂନ୍ୟସ୍ଥାନ ହୋଇ ରହିଛି ରହିବି ଶୂନ୍ୟ ଭାବାବେଗ ନେଇ ଶୂନ୍ୟତାର ମଧ୍ୟେ ପୂର୍ଣ୍ଣତା ଲଭିବି ଶୂନ୍ୟ ବ୍ରହ୍ମlଣ୍ଡରେ ଯାଇଁ (1) ଶୂନ୍ୟ ସ୍ୱରୂପକୁ କିଏବା ଜାଣିଛି ଶୂନ୍ୟରେ ସ୍ଥିତ ଯା ଘର ଶୂନ୍ୟ ଠାକୁରଙ୍କୁ ପୂଜେ ବାରବାର ଶୂନ୍ୟହୁଏ ଭାବାନ୍ତର (2) ଶୂନ୍ୟଠାରୁ ସୃଷ୍ଟି ଆବେଗତା ପୁଣି ଶୂନ୍ୟରେ ବିଲୀନ ହୁଏ ଶୂନ୍ୟଅନ୍ତରରେ ମାଗେ ହାତପାତି ଶୂନ୍ୟରେ ଜୀବନ ଧାଏଁ (3) ଶୂନ୍ୟର ଗର୍ଭକୁ ଯିବାପାଇଁ ହୃଦେ ଶୂନ୍ୟଭାବ […]

Subscribe US Now