Read Time:1 Minute, 55 Second
ହେ ଗୁରୁ ଅଛିକି ସଦଗତି
ବିନା ତୁମ ଜାଦୁକାରୀ ସ୍ପର୍ଶ
ବିନା ତୁମ ଶ୍ରଦ୍ଧା ଓ ଆଶିଷ,
ଅଛି କି ମୁକତି ତୁମ ବିନା…
ତୁମେ ପରା ଆମ୍ଭରି ଆଦର୍ଶ
ତୁମେ ପରା ଝରାଅ ଅମୃତ ।
ତୁମ୍ଭ କୁହା ଭଲ ପିଲା ପାଇଁ
ଆଜି ହୋଇ ଅଛି ମୁହିଁ ବଡ଼
ଛାଇ ପରାୟ ତୁମ୍ଭ ଆର୍ଶିବାଦ
ବଡ଼ ମଣିଷରୁ କରିଅଛି ଭଲ,
ଗୁରୁ ତୁମ୍ଭେଅଟ ଦେବଦୁର୍ଲଭ ।
କେହି ହେବେନାହିଁ ତୁମ୍ଭତୁଲ୍ଯ
ତୁମ୍ଭ ପାଦବନ୍ଦୀ ଅର୍ଜଇ ଶିକ୍ଷା
ଚାହିଁ ରହିଥାଏ ତୁମ୍ଭ କୃପାଭିକ୍ଷା
ଲଙ୍ଘିବାକୁ ଗିରି ସମୁଦ୍ରର ବକ୍ଷ,
ସୃଷ୍ଟିହେଲେ ଆରୁଣୀ,ଏକଲବ୍ୟ
ଗୁରୁ ହେବା ସାର୍ଥକତା ମିଳିବ ।
ଦିନବନ୍ଧୁ ବେଜ
ସହକାରୀ ବିଜ୍ଞାନ ଶିକ୍ଷକ
ସ.ଲ.ନା ଉଚ୍ଚ ବିଦ୍ୟାଳୟ
ଶିଖାପାଲ୍ଲୀ,ମାଲକାନଗିରି
Readers Interaction