ଅଦିନିଆ ଝଡ଼!.ଦିନେଶ ମେହେର

Views: 12
0 0
Read Time:1 Minute, 49 Second

ବହି ଯାଉଥିଲା ଦୁଇ ନୟନୁ
ଅଜସ୍ର ଲୋତକ ଧାର
ମୋ କଳ୍ପନା ରାଇଜର ଅନେକ
ଦୂରରେ ଥିଲା ଅଦିନିଆ ଝଡ଼ ଟେ!
ଆସିଥିଲା ଯେବେ ଧାଇଁ
ଦେଖିଲି ଚଉଦିଗ କୁ
ନାହିଁ କେହି ଆପଣାର ଆତ୍ମୀୟ ସ୍ୱଜନ
ଏକାନ୍ତରେ ଭାବି ବସିଲି
ସତରେ!
ଏକାନ୍ତର ଦାଉ
ଏତେ ମାରାତ୍ମକ ଥିଲା ଯେ
ଅନେକ ଯନ୍ତ୍ରଣା ର
ସମ୍ମୁଖୀନ ହୋଇ ପୁଣି ଫେରି ଆସିଲି ମୋ
ମୂଳ ସ୍ଥାନକୁ।
କେତେଦିନ ବା ବସି ରହିଥାନ୍ତି
ପୁଣି ଉଠିଲି ପୁଣି ସଂଘର୍ଷ କଲି
ପହଞ୍ଚିବାକୁ ମୋ ଗନ୍ତବ୍ୟ ପଥକୁ
ହଁ!
ନାହିଁ ଆଉ ଭରସା
ଆତ୍ମୀୟ ସ୍ୱଜନ ଉପରେ,
ନାହିଁ ଆଉ କାହା ର ବୋଝ
ବାସ୍!
ଅପେକ୍ଷା ତ ଏକ
ସୁନେଲି ସକାଳ ର
ଅପରିଚିତ ମୁହୂର୍ତ୍ତକୁ।

ଦିନେଶ ମେହେର
ପଳାସ, ଜୁନାଗଡ଼,କଳାହାଣ୍ଡି

Share this :
Next Post

What to write!.Prof.Dr.Prasana Kumar Dalai

WHAT TO WRITE! What to write What to say Things used to happen everyday Nothing to write, nothing to say My pen in my hand and start to write same way Every breath you take Each move you make So many things to go I will remember the long years […]

Subscribe US Now