ଆସିଅଛି ଏଇ ମରତେ ନୂଆଖାଇ ପରବ
ନବାନ୍ନ ଭକ୍ଷଣ କରିବା ଆସ ହୋଇ ଗରବ।୧
ସମଲେଇ ମାଆ ଆମକୁ ଦେବେ ଆଶୀଷ ଢାଳି
ପୂଜା ଆରାଧନା କରିବା ଦେଇ ଅହଂକୁ ବଳି।୨
ସଭିଙ୍କର ସୁଖ କାମନା ହେଉ ଭାବନା ଆମ
ଧରମ ସହିତ ସର୍ବଦା କରି ନିତି କରମ।୩
ବଡ଼ଙ୍କୁ ସମ୍ମାନ ସହିତ ମୁଣ୍ଡ ନୁଆଇଁ ଦେବା
ସାନ ରହିଛନ୍ତି ଯେତେକ ଆଶୀର୍ବାଦ ଲଦିବା।୪
ସକଳ କାମନା ହେଉ ଏ ଆମ ମରତ ଧାମ
ପଶୁ ପକ୍ଷୀ କୀଟ ପତଙ୍ଗ ଭଲୁ କରି କରମ।୫
ଦୂରେ ଯେଉଁମାନେ ରହିଛ ଆସ ଫେରି ଘରକୁ
ସାରା ପରିବାର ଚାହିଁଛି ସଦା ତୁମ ବାଟକୁ।୬
ନାଚ ଗୀତ ସବୁ ଉଚ୍ଛୁଳି ପଡୁ ଆମ ଧରଣୀ
ସୁଖ ଆଉ ଶାନ୍ତି ପାଇବା କରି ବଡ଼ ରୋଷଣୀ।୭
ସୁକରମ ପାଇଁ ମାଆ ହେ ଦେବୁ କଲ୍ଯାଣ କରି
ଯେ କରି ବସିବ ହିଂସା ହେ ଦେବୁ ତ୍ରିଶୂଳ ଧରି।୮
ଏଠି ଆମେ ଆଜି ଯେତେକ ଭାଇ ଭଉଣୀ ମିଶି
ଭକତିର ଅର୍ଘ୍ଯ ଟେକୁଛୁ ସରବେ ହୋଇ ଖୁସି।୯
ଜଗତ କଲ୍ଯାଣ ଚାହୁଁଛି ମାଆ ଦେଏ ବରଷି
ଦୂର ହୋଇଯାଉ ସକଳ ହିଂସା ଅସୂୟା ଖୁସି।୧୦
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
ନୂଆଖାଇ..ସୁକାନ୍ତ ଖଣ୍ଡା
Views: 33
Read Time:2 Minute, 33 Second
Readers Interaction