ନାଲି “ଚ।”.ପ୍ରିୟଙ୍କା ମହାନ୍ତି

Views: 21
0 0
Read Time:1 Minute, 53 Second

☕ଶୀର୍ଷକ – ନାଲି “ଚା ” ☕
ବର୍ଷା ପାଗ
ଦେହକୁ ଶୀତ
ଥଣ୍ଡା ପବନ ବା
ଝିପି ଝିପି କରି
ବହୁଛି ପାଣି
ଓଳିତଳ ରେ ନାଁ
ଚାଳଛପର କାନ୍ଥ ବାଡ଼
ହୁଅଇ ସଁ ସାଁ
ବେଙ୍ଗ ବେଙ୍ଗୁଲି
କରନ୍ତି ରଡି
ଦେଖି ପୂବେଇ ବା
ନାତି ନାତୁଣୀ
ପାଖରେ ବଶି
ଅଜା ହୁଅନ୍ତି ହା ହା
ବୋଉ ଆମର
ଭାରି ଯତନେ
କରନ୍ତି ନାଲି ଚା
ଅଦା ଗୋଲମରିଚ
ତେଜପତ୍ର ସାଥେ
ଗୁଜୁରାତି ସହ ଲବଙ୍ଗ
ମିଶାଇ କୁଟନ୍ତି
ଏକ ସାଥିରେ
ନାଲି ଚା ତାଙ୍କ ପ୍ରସ୍ତୁତ
ସ ପରିବାର ଏକାଠି ବଶି
ଚା ପିଅନ୍ତି ଖୁଶି ମନରେ
ଥୁରୁ ଥୁରୁ ହୋଇ ହସି
ଅଜା ଆମ ବଡ ପାଠୁକ
ନାଲି ଚା ଆମ
ଦେହ ପାଇଁ ଭଲ
ଥଣ୍ଡା ଖାସ କରେ
ମୂଳରୁ ନାଶ ,
ସଭିଙ୍କୁ ଦିଅନ୍ତି
ସେ ଉପଦେଶ !

ପ୍ରିୟଙ୍କା ମହାନ୍ତି
ବାଙ୍କୀ ଶିମିଳିପୁର

Share this :
Next Post

ଭଗ୍ନଶିଳାର ତୃଷ୍ଣା.ବେଣୁଧର ସୂତାର

🙏ଭଗ୍ନଶିଳାର ତୃଷ୍ଣା🙏 ୫୫୫୫୫୫୫୫୫୫୫୫୫୫୫୫୫୫ ବେଣୁଧର ସୂତାର ************************ କୋଟିଜନ ଦେଖେ ଯାହାର ଗାତ୍ରରେ ଭାସ୍କର୍ଯ୍ୟର ଚାରୁ କଳା ମୁଁ ଦେଖୁଛି ତହିଁ ବାରଶ ଶିଳ୍ପୀର ଅଶ୍ରୁ ଆଳାପ ମାଳା ଶିଳାରେ ଶିଳାରେ ଖୋଦିତ କଳାରେ ବିଦେହୀ ମଦନ ରୂପ କାଳର ଗରଭେ ସାଜି ଅଛି ଆଜି ଧ୍ବଂସ ର ମହା ସ୍ତୁପ ।। ଶିଳ୍ପୀର କୁହୁକ ନିହଣ ସ୍ପର୍ଶ ରେ ପ୍ରାଣ ଭରା ସଞ୍ଜୀବନୀ ଶିଳା ସୁନ୍ଦରୀର ତନୁ ତନିମାରେ […]

Subscribe US Now