ଲୁହ ହେଉନାହିଁ ଶେଷ.ପ୍ରଶାନ୍ତ କୁମାର ସେଠୀ

Views: 22
0 0
Read Time:1 Minute, 46 Second

ଶୀତୁଆ ସକାଳ ପାହାନ୍ତି ପ୍ରହରେ
ପ୍ରିୟା କଥା ଭାରି ପଡୁଛି ମନେ
ତକିଆକୁ ଧରି ଭିଡି ମୋଡି ହେଲେ
ସ୍ମୃତିର ଶବଦ ଶୁଭୁଛି କାନେ ।।

ମୋନାଲିସା ମୋର ମନର ନାୟିକା
ଫଗୁଣ ଆକାଶୁ ଯାଇଛି ହଜି
ଜହ୍ନର ଜୋଛନା ପ୍ରାଣ ପ୍ରିୟତମା
ପ୍ରେମ ମୋ ଶ୍ରାବଣେ ଯାଇଛି ଭିଜି ।।

ଅନୁଢା ବୟଷେ ପ୍ରେମର କୋଣାର୍କ
ଆଙ୍କିଥିଲା ସିଏ ମୋହରି ମନେ
ବାଣ୍ଟିଥିଲା କେତେ ଶବ୍ଦ ସଞ୍ଜବେଳେ
ଶୋଉଥିଲା କୋଳେ ନନ୍ଦନ ବନେ ।।

ଭାଙ୍ଗି ଦେଇଗଲା ସ୍ୱପ୍ନର ମହଲ
ବିଶ୍ୱାସର ବିଷ ପ୍ରେମିକା ସାଜି
ତଥାପି ଏ ମନ ଝୁରେ ରାତି ଦିନ
ଜିତି ପାରିଲିନି ପ୍ରେମର ବାଜି ।।

ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଣ୍ଡାରୀ ପୋଖରୀ, ଭଦ୍ରକ

Share this :
Next Post

🌹🌹ବିନ୍ଦୁ ର ଗନ୍ତବ୍ୟ 🌹🌹.ଡ଼ ଲଷ୍ମୀକାନ୍ତ ଦାଶ

ବିନ୍ଦୁକୁ ଖୋଜୁଛି ରେଖାଖଣ୍ଡ ମଧ୍ୟେ କେଉଁ ସ୍ଥିତି ଅଛି ତାର ରେଖାଖଣ୍ଡ ମଧ୍ୟେ ଅଦୃଶ୍ୟ ହୋଇଛି ପାଇଛି ଅଲିଭା ଗାର (1) ରେଖାଖଣ୍ଡ କେବେ ସରଳରେ ଯାଏ କେବେ ବକ୍ର ଗତି ନିଏ ବିନ୍ଦୁ ସ୍ୱରୂପକୁ କେ ଦେଖି ପାରେନା ରେଖାକୁ ବି ଜନ୍ମଦିଏ (2) ଅନନ୍ତ ପଥକୁ ଯାତ୍ରା ଅଛି ତା’ର ଶାଶ୍ୱତ ସତ୍ତା ର ପାଇଁ କେବେ ଭେଟ ହେବ ଗନ୍ତବ୍ୟ ପଥରେ ଦୁର୍ଲ୍ଲଭ ଜୀବନ ଦେଇ […]

Subscribe US Now