ତୁମେ ଯେବେ ବୁଢ଼ୀ ହୋଇଯିବ.ଡମ୍ବରୁଧର ବେହେରା

Views: 20
0 0
Read Time:2 Minute, 29 Second

ହେ ପ୍ରିୟା ତୁମେ ଯେବେ
ବୁଢ଼ୀ ହୋଇଯିବ
ସେତେବେଳେ ନିଶ୍ଚୟ
ମୋ କଥାକୁ
ମନେ ପକାଇ ଭାବିବ
କେହି ଜଣେ
ତୁମ ପାଇଁ ତୁମର ହୋଇ
ରହିଥିଲା
ସବୁ କଥାକୁ
ଗ୍ରୁରୁତ୍ଵ ଦେଉଥିଲା
ମାନୁଥିଲା
କହୁଥିଲା
ପ୍ରିୟା ତୁମେ ହିଁ ତ
ମୋ ପାଇଁ
ଆକାଶର ଜହ୍ନ
ପୋଖରୀର କଇଁ
ବିଶ୍ବର ସୁନ୍ଦରୀ
ସେତେବେଳେ ତୁମେ
ମିଛ କଥା କହି
ଫାଙ୍କିବାକୁ ଚେଷ୍ଟା କରୁଥିଲ…..।
ହଁ ପ୍ରିୟା ତୁମେ ଯେବେ
ବୁଢ଼ୀ ହୋଇଯିବ
ତୁମ ପାଖେ
ସମୟ ହିଁ ସମୟ
ରହିଥିବ
କିନ୍ତୁ, ମୁଁ ଥିବି ବା ନ ଥିବି
ତଥାପି ମୋ କଥା
ତୁମକୁ ମନେ ପଡୁଥିବñn
କେହି ଜଣେ
ଜୀବନ ସାଥି ଥିଲା
ମୋର ସବୁ କଥାକୁ
ବିନା ଦ୍ବିଧାରେ
ମାନି ନେଉଥିଲା
ସବୁ କଥା ମିଛ କହୁଥିଲେ ମଧ୍ୟ
ସତ ଭାବି
ଗ୍ରହଣ କରୁଥିଲା
ସେତେବେଳେ ମୁଁ
ଥାଏ ବା ନ ଥାଏ
ତୁମ ସାଥେ
ତୁମ ମନେ
ତୁମ ହୃଦୟରେ
ତୁମ ଆତ୍ମାରେ
ମନେ ପଡୁଥିବି
ମରି ମଧ୍ୟ ଅମର ରହିବି……।
ଡମ୍ବରୁଧର ବେହେରା,ଶିକ୍ଷକ
ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)

Share this :
Next Post

ନାଲି "ଚ।".ପ୍ରିୟଙ୍କା ମହାନ୍ତି

☕ଶୀର୍ଷକ – ନାଲି “ଚା ” ☕ ବର୍ଷା ପାଗ ଦେହକୁ ଶୀତ ଥଣ୍ଡା ପବନ ବା ଝିପି ଝିପି କରି ବହୁଛି ପାଣି ଓଳିତଳ ରେ ନାଁ ଚାଳଛପର କାନ୍ଥ ବାଡ଼ ହୁଅଇ ସଁ ସାଁ ବେଙ୍ଗ ବେଙ୍ଗୁଲି କରନ୍ତି ରଡି ଦେଖି ପୂବେଇ ବା ନାତି ନାତୁଣୀ ପାଖରେ ବଶି ଅଜା ହୁଅନ୍ତି ହା ହା ବୋଉ ଆମର ଭାରି ଯତନେ କରନ୍ତି ନାଲି ଚା ଅଦା […]

Subscribe US Now