🌹🌹ବିନ୍ଦୁ ର ଗନ୍ତବ୍ୟ 🌹🌹.ଡ଼ ଲଷ୍ମୀକାନ୍ତ ଦାଶ

Views: 19
0 0
Read Time:3 Minute, 4 Second

ବିନ୍ଦୁକୁ ଖୋଜୁଛି ରେଖାଖଣ୍ଡ ମଧ୍ୟେ
କେଉଁ ସ୍ଥିତି ଅଛି ତାର
ରେଖାଖଣ୍ଡ ମଧ୍ୟେ ଅଦୃଶ୍ୟ ହୋଇଛି
ପାଇଛି ଅଲିଭା ଗାର (1)

ରେଖାଖଣ୍ଡ କେବେ ସରଳରେ ଯାଏ
କେବେ ବକ୍ର ଗତି ନିଏ
ବିନ୍ଦୁ ସ୍ୱରୂପକୁ କେ ଦେଖି ପାରେନା
ରେଖାକୁ ବି ଜନ୍ମଦିଏ (2)

ଅନନ୍ତ ପଥକୁ ଯାତ୍ରା ଅଛି ତା’ର
ଶାଶ୍ୱତ ସତ୍ତା ର ପାଇଁ
କେବେ ଭେଟ ହେବ ଗନ୍ତବ୍ୟ ପଥରେ
ଦୁର୍ଲ୍ଲଭ ଜୀବନ ଦେଇ (3)

ପ୍ରତ୍ୟୟର ଜ୍ଞାନ ଉଦ୍ଭାସିତ ହେବ
ଦୁର୍ଭେଦ୍ୟ ପଥରେ ଯାଇ
ସ୍ୱତଃସ୍ପୁତ୍ତ ହେବ କମନୀୟ ଭାବ
ଶାଶ୍ୱତ ଚେତନା ପାଇଁ (4)

ଅପୂର୍ଵ ଜ୍ୟୋତି ର ଆଭା ଦେଖାହେବ
ମୁକ୍ତିର ଆନନ୍ଦ ପାଇଁ
ପୁଣ୍ୟଶ୍ଳୋକ ସବୁ ପ୍ରତିଧ୍ୱନି ହେବ
ଚିରନ୍ତନ ପଥ ପାଇ (5)

ପ୍ରସ୍ଫୁଟିତ ହେବ ଚେତନ ସ୍ୱରୂପ
ବିଭୁର ପୟରେ ଲୋଟି
ସମ୍ଭାବନା ସୂର୍ଯ୍ୟ ଉଦୟ ହୋଇବ
ବନ୍ଧନ ର ମାୟା କାଟି (6)

ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁରେ ମିଶିବ
ସିନ୍ଧୁରେ ରହିଛି ବିନ୍ଦୁ
ବିନ୍ଦୁ ଶୂନ୍ୟ ହେଲେ ଶୂନ୍ୟ ହୋଇଯାଏ
ଜୀବନର ରେଖା ଇନ୍ଦୁ (7)

ଡ଼ ଲଷ୍ମୀକାନ୍ତ ଦାଶ, ବିଭାଗୀୟମୁଖ୍ୟ, ଶିକ୍ଷାବିଭାଗ, ସୁକିନ୍ଦା ମହାବିଦ୍ୟାଳୟ, ସୁକିନ୍ଦା, ଯାଜପୁର,

Share this :
Next Post

ବିଶ୍ବକର୍ମା ପୂଜା.ସୁକାନ୍ତ ଖଣ୍ଡା

ଓହ୍ଲାଇ ଆସିଛ ମରତ ଧାମକୁ ଦେଖିକି କାଶତଣ୍ଡିକୁ ତୁମେ ତ ତିଆରି କରିଅଛ ସବୁ ସଂସାରେ ଥିବା ଚିଜକୁ।୧ ଈଶ୍ବର ଇଛାରେ ଗଢି଼ ଚାଲିଅଛ ସଂସାର ସୁରକ୍ଷା ପାଇଁ ତୁମ ପରି ଆଉ କିଏ ବା ପାରିବ ସୌନ୍ଦର୍ଯ୍ଯତା ଦେଲ ଥୋଇ?୨ ଜଗତ କଲ୍ଯାଣ ତୁମ ଦ୍ବାରା ହେବ ସେ ପାଇଁ ମରତ ଜନ ରାତି ନ ପାହୁଣୁ ପୂରା ସଜବାଜ ଦେବାକୁ ନୈବେଦ୍ଯ ମନ।୩ ଦୁଃଖ ଶୋକ ସବୁ […]

Subscribe US Now