କବି – ଅମରଜିତ୍‌ ମଲ୍ଲିକ

Views: 20
1 0
Read Time:2 Minute, 13 Second

କବିଟିଏ ନୁହେଁ
ଛଡ଼ା ପୁଷ୍ପଟିଏ
ଲାଗି ମଉଳିବା ପାଇଁ
କବିଟିଏ ଅଟେ
ସଜ ଫୁଲଟିଏ
ଫୁଟି ସଦା ରହିଥାଇ।।୧।
କବିଟିଏ ନୁହେଁ
ଅଲୋଡା କାଷ୍ଠଟେ
ପଡ଼ି ରହିଯିବା ପାଇଁ
କବିଟିଏ ଅଟେ
ଚନ୍ଦନ ବୃକ୍ଷଟେ
ବାସ୍ନା ଭରିଦେବା ପାଇଁ।।୨।
କବିଟିଏ ନୁହେଁ
ଅତୁଠ ପଥର
ଅଲୋଡା ରହିବା ପାଇଁ
କବିଟିଏ ଅଟେ
ସୁନ୍ଦର ମଣ୍ଡପ
ସମସ୍ତ ବସିବା ପାଇଁ।।୩।
କବିଟିଏ ନୁହେଁ
ଗରମ ପବନ
କପଡା ଖୋଲିବା ପାଇଁ
କବିଟିଏ ଅଟେ
ଶୀତଳ ପବନ
ଯାବୁଡି ବସିବା ପାଇଁ।।୪।
କବିଟିଏ ନୁହେଁ
କଣ୍ଟାଝଟା ରାସ୍ତା
ଚଲାପଥ ରହିନାହିଁ
କବିଟିଏ ଅଟେ
ଚିକ୍କଣ ପଥଟେ
ଗଡ଼ି ଚାଲିଯିବା ପାଇଁ।।୫।
କବିଟିଏ ନୁହେଁ
ମାଟି କୂପଟିଏ
ଅଲୋଡା ଯେ ରହିଥାଇ
କବିଟିଏ ଅଟେ
ନଳକୂପ ଟିଏ
ଉପଯୋଗ ହେବା ପାଇଁ।।୬।
କବିର ବେଦନା
କବିର ଭାବନା
ସର୍ବଦା ରହୁ ଉପରେ
ନିଜର ଲେଖନୀ
ସମସ୍ତ ଆଗରେ
ଲେଖୁଥାଉ ନିରନ୍ତରେ।।୭।

ଅମରଜିତ୍ ମଲ୍ଲିକ
ବଡମ୍ବା, କଟକ,

Share this :
Next Post

ଅତିବଡ଼ି ଜଗନ୍ନାଥ - ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

  ଓଡ଼ିଆ ଜାତିର ସ୍ୱାଭିମାନ ରଥେ ରଥ ଧ୍ବଜା ଭାଗବତ, ଓଡିଶା ମାଆର ଦରିଦ୍ର ବ୍ରାହ୍ମଣ ଘରେ ଜନ୍ମ ଜଗନ୍ନାଥ, ଓଡ଼ିଆ ଭାଷା କର୍ଣ୍ଣଧାର…… ତୁମ ପାଇଁ ଆଜି ଓଡିଶା ପ୍ରଦେଶ ଜନ୍ମଦିନେ ନମସ୍କାର ll ପିତୃ ବିୟୋଗରେ ପନ୍ଦର ବର୍ଷରେ ଦାରିଦ୍ର୍ୟର ତାଡନାରେ, ଅବିଚଳ ତୁମେ ନିଶ୍ଚଳ ହୋଇଣ ମାତା ଦୁଃଖ ଫେଇବାରେ, ସେ ପ୍ରଭୁ ପାଦପଦ୍ମରେ…… ଲୟରଖି ଶ୍ରୀମଦ୍ଭାଗବତ ଲେଖା ଆରମ୍ଭିଲ ଆନନ୍ଦରେ ll ହାଡ଼ିଆ ଅଚ୍ୟୁତାଽନନ୍ତ […]

Subscribe US Now