ଆସୁଅଛି ଦୀପାବଳୀ ପୂଜିବାରେ ମାଆ କାଳୀ
ରଖିଯିବା ପରମ୍ପରା ପ୍ରତି ବର୍ଷର
ଦେବେ ସିଏ ଆଶୀର୍ବାଦ ଦୂରେଇବେ ଆମ ଖେଦ
ତାଙ୍କୁ ସବୁ ସୁମରଣ ଥରୁଟେ କର
ଭକତିରେ ନେବେଦ୍ଯ ଦେଇ
ଦୁଃଖଶୋକ ହୃଦୟରୁ ଦେବା ଦୂରେଇ।୧
ଜଗତକୁ ଶାନ୍ତି ପାଇଁ ଆସିଛନ୍ତି ସେ ଓହ୍ଲାଇ
ହାତରେ ଶୋଭା ପାଉଛି ଖଡ୍ଗ ଖର୍ପର
ସଂସାରରୁ ପାପି ଯେତେ ଲୋପ କରିବାକୁ ହାତେ
ପଡୁଅଛି ଥପଥପ ନିର୍ଝର ପରି
ଥରେ ତାଙ୍କୁ ଶାନ୍ତ କରିବା
ଆରାଧନା ପୂଜାପାଠେ ସମର୍ପି ଯିବା।୨
କାଳୀରୂପେ ଅବତରୀ ସାଙ୍ଗରେ ତା’ ସହଚରୀ
ପାପୀଙ୍କୁ ସେ ଧ୍ବଂସ କରି ସାଧୁ ପାଳିବେ
ଘରଘର ବୁଲିବୁଲି ଖାଉଛନ୍ତି ପୁଣ୍ଟିଚିରି
ବେକରୁ ସେ ଛିଣୁଛନ୍ତି ରକ୍ତ ପିଇବେ
ମାଆ ହୋଇ ରାଗିଛି ଯେବେ
ଶାନ୍ତନା କରିବା ଆମେ ସବୁ ଏ ଭବେ।୩
ଭୁଲିଯିବା ଦୁଃଖ ଶୋକ ଲୟରେ ନିଜକୁ ରଖ
ହିଂସା ଘୃଣା ଯାହା ଅଛି ମନୁ ଦୂରେଇ
ସୁକରମ କରିଯିବା ସଭିଙ୍କୁ ଆଦରେ ଥିବା
ଭାଇଚାରା ନେଇ ସାଙ୍ଗ ହୋଇବା ଆମେ
ଶୃଙ୍ଖଳିତ ଯଦି ହୋଇବା
ମାଆ କାଳୀ ଆଶୀର୍ବାଦ ତେବେ ପାଇବା।୪
ଜଣେ ନୁହେଁ ପଣେ ହୋଇ ଏକତା ମନ୍ତ୍ରକୁ ଗାଇ
ନାଚିବା ଗାଇବା ଆସ ହରଷ ହୋଇ
ଭାବରେ ସଦା ବୁଡି଼ବା ନିଜକର୍ମ କରୁଥିବା
ଭବିଷ୍ଯ ଅବଶ୍ଯ ହେବ ଉଜ୍ଜଳ ଆମ
ରାଗନାହିଁ କେହି କାହାକୁ
ଆସିଅଛି ଦୀପାବଳୀ ଆମ ପାଖକୁ।୫
ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
Readers Interaction