ମଣିଷ୍ୟ ଜୀବନ ନୁହଇଁ ସମ୍ପୂର୍ଣ୍ଣ
ସମ୍ପର୍କରେ ଯୋଡି ଥାଏ
ପରିବାର ହୁଏ ରକ୍ତର ସମ୍ପର୍କ
ସମାଜରେ ସ୍ଥାନ ନିଏ l୧l
ମାତା ପିତା ସଙ୍ଗେ ସନ୍ତାନ ସମ୍ପର୍କ
ମମତାରେ ଯୋଡି ଥାଏ
ଭାଇ ଭଗ୍ନୀ ମଧ୍ୟେ ସ୍ନେହର ସମ୍ପର୍କ
ପବିତ୍ର ବନ୍ଧନ ହୁଏ l୨l
ପତି ପତ୍ନୀ ମଧ୍ୟେ ପ୍ରେମର ସମ୍ପର୍କ
ଲେଖେ ଅଭୁଲା କାହାଣୀ
ଦୁଇଟି ଶରୀର ଏକ ମନ ପ୍ରାଣ
ନୂତନର ଅlଗମନୀ l୩l
ବନ୍ଧୁ ବନ୍ଧୁ ମଧ୍ୟେ ସ୍ୱଚ୍ଛତା ସମ୍ପର୍କ
ରଚି ଥାଏ ଇତିହାସ
ସ୍ୱାର୍ଥବାଦୀ ହେଲେ ସମ୍ପର୍କ ହୁଅଇ
ଜୀବନର ଅବଶୋଷ l୪l
ସମ୍ପର୍କ ଅଟଇ ବିଶ୍ୱାସ ଭରସା
ମିଠା ମିଠା ସ୍ପର୍ଶ ଟିଏ
ଦୁଃଖ ସୁଖରେ ତ ସମାହାରଟିଏ
ବିପଦେ ପାଖରେ ଥାଏ l୫l
ସମ୍ପର୍କ ହୁଅଇ କାଚଘର ସମ
ଅଯତ୍ନରେ ଭାଙ୍ଗି ଯାଏ
ନିଃସ୍ୱାର୍ଥ ପ୍ରେମରେ ଗଢି ତୋଳି ଥିଲେ
ଆଦର୍ଶ ସମ୍ପର୍କ ହୁଏ l୬l
ରାଧା କୃଷ୍ଣଙ୍କର ଶାଶ୍ୱତ ପ୍ରେମ ତ
ଯୁଗର ଗୀତିକା ଗାଏ
କଇଁ କୁମୁନ୍ଦର ଅତୁଟ ସମ୍ପର୍କ
ପ୍ରତି ପ୍ରାଣ ଛୁଇଁ ଯାଏ l୭l
ବନ୍ଧୁ ପରି ବନ୍ଧୁ କୃଷ୍ଣ ହୋଇ ଥିଲେ
ସୁଦାମାର ପ୍ରାଣ ସଖା
ଦୁର୍ଯ୍ୟୋଧନ ବନ୍ଧୁ କର୍ଣ୍ଣ ହୋଇ ଥିଲେ
ଅନ୍ୟାୟ ନ ହେଲା ଦେଖା l୮l
ଅଦେଖା ସୂତ୍ରରେ ବାନ୍ଧି ହୋଇ ଅଛି
ଆମ ଏ ସାରା ସଂସାର
ସମୟ ସୁଅରେ ପବିତ୍ର ସମ୍ପର୍କ
ସବୁଠୁ ଲାଗେ ମଧୁର l୯l
ସୂତ୍ର ଛିଡି ଗଲେ ଅବିଶ୍ୱାସ ବଢେ
ରହେ ନାହିଁ ଆଉ ଭାବ
ସମ୍ପର୍କର ସେତୁ ସମାଧି ନିଅଇ
ଏତ ମନୁଷ୍ୟ ସ୍ଵଭାଵ l୧୦l
ବାସନ୍ତି ଲତା ଜେନା
ସରକାରୀ ୟୁ. ଜି. ହାଇସ୍କୁଲ ସିନ୍ଧିଗାଁ, ନବରଙ୍ଗପୁର l
Readers Interaction