ତୁମରି ଇଛାରେ – ଡ.ପ୍ରିୟମ୍ବଦା ସାମଲ

Views: 15
0 0
Read Time:2 Minute, 3 Second

ଜଗତର ନାଥ ଅନାଥର ବନ୍ଧୁ
ତୁମେ ଜଗତର ସାଇଁ
ତୁମେ ମହାବାହୁ ଗଢିଛ ପ୍ରଭୁହେ
ଅଖିଳ ବ୍ରହ୍ମାଣ୍ତ ତହିଁ।
ତୁମ ପରା ସାହା ତୁମେ ହିଁ ଭରସା
ତୁମେ ଅଗତିର ଗତି
ଧନ ଜନ କିଛି ମାଗୁନାହିଁ ପ୍ରଭୁ
ମାଗୁଛି ଟିକିଏ ଶାନ୍ତି।
ଦିନୁ ଦିନ ମନ ହେଉଛି ଉଛନ୍ନ
ତୁମ ପଦରଜ ପାଇଁ
ସୁଦିନ ଆସିବ ଦର୍ଶନ କରିବି
ଆହେ ପ୍ରଭୁ ଭାବଗ୍ରାହୀ।
ତୁମ ଦରଶନେ ଜୀବନ ମୋ ଧନ୍ଯ
ସାରା ସୁଖ ଯିବି ପାଇ
ଆଖିରେ ଆଖି ତୋ ମିଶାଇବି ଯେବେ
ସବୁ ଦୁଃଖ ଯିବ ଧୋଇ।
ବ୍ଯାକୁଳିତ ପ୍ରାଣ ପ୍ରଫୁଲ୍ଲିତ ମନ
ତୁମ ଦରଶନ ପାଇଁ
କେବେ ତୁମ ଡୋର ଲାଗିବ ପ୍ରଭୁ ହେ
ମନ ମୋ ନିତ୍ଯ ଚିନ୍ତଇ।
ତୁମରି ଇଛା ରେ ସବୁ ଆତ ଯାତ
ତୁମେ ତ ସବୁରି କର୍ତ୍ତା
ଚିନ୍ତନ ମନନ ପ୍ରିୟ ପରିଜନ
ସକଳର ତୁମେ ଦାତା।

ଡ.ପ୍ରିୟମ୍ବଦା ସାମଲ

ଭୁବନେଶ୍ୱର

Share this :
Next Post

ଭଙ୍ଗା ସିଲଟ - ନିର୍ମଳ ନାୟକ

  ଶୁନ୍ୟ, ଶୁନ୍ୟ, ମହାଶୁନ୍ୟ… ଓଁକାର ହିଁ ପରଂବ୍ରହ୍ମ… ଶୁନ୍ୟ ହିଁ ସର୍ବଦା ମହାମାନ୍ୟ.. ଶିଶୁ ର ପଠନ ଶୁନ୍ୟ !! ଶୁନ୍ୟ ରୁ ଆରମ୍ଭ ଶୁନ୍ୟ… ଶୁନ୍ୟ ରେ ଶେଷ… ଶୁନ୍ୟ ର ଗୁଣ ମହାଜ୍ଞାନ.. ଶୁନ୍ୟ ହିଁ ବିଶେଷ !! ସିଲଟ ମାଧ୍ୟମ ମାତ୍ର ଶିଶୁର… ପାଠ ଶୁନ୍ୟ ରୁ ପ୍ରାରମ୍ଭ.. ଗୁରୁ ଓ ଶିକ୍ଷା, ଜ୍ଞାନ ବିଧି ର ବିଦ୍ୟା ଧନ ର ଶୁଭକୁମ୍ଭ  !! […]

Subscribe US Now